mobile header

ସାବିତ୍ରୀ ଷ୍ଟେ।ନ କ୍ରସରକୁ ଚାରୋଟି ଗ୍ରାମର ଗ୍ରାମବାସୀଙ୍କ ବିରୋଧ


ମାଲକାନଗିରି ଜିଲ୍ଲା ତା,୦୮/୦୫/୨୦୨୨ ରିଖ ରବିବାର ଦିନ, ପୌରପରିଷଦ ଅଞ୍ଚଳ ମାତ୍ର ୨୦୦ ମିଟର ସଦର ମହକୁମା ନିକଟସ୍ଥ, ଗୌଡଗୁଡା ଗ୍ରାମପଞ୍ଚାୟତର, ତଣ୍ଡିକି କାଦବାହାଲ ୧ ନମ୍ବର ୱାର୍ଡ ଠାରେ ଥିବା ସାବିତ୍ରୀ ଷ୍ଟେ।ନ କ୍ରସର ପଥର ଖଣିକୁ ପ୍ରଶାସନ ତରଫରୁ ଟେଣ୍ଡର କରିବା ପାଇଁ, ପଲ୍ଲି ସଭା କରି ଲିଜ ଦେବା ସକାଶେ ସ୍ଥାନୀୟ ଲୋକଙ୍କ ମତ ଲୋଡ଼ା ଯାଇଥିଲା । କିନ୍ତୁ ଏହି ପଥର ଖଣି ବହୁ ବର୍ଷ ଧରି ଏହି ଚାରୋଟି ଗ୍ରାମର ମଝିରେ ଥିବା ଯୋଗୁଁ ଲୋକେ ଆତଙ୍କିତ । କାରଣ ପଥର ଖନନ ପାଇଁ ଯେଉଁ ବ୍ଲାଷ୍ଟିଙ୍ଗ କରାଯାଉଛି, ଘର ଫାଟିବା ସହିତ ରାସ୍ତାରେ ଯାଉଥିବା ଲୋକ କିମ୍ବା ସ୍କୁଲରେ ଯାଉଥିବା, ପିଲା ମଧ୍ୟ ସୁରକ୍ଷିତ ପରିବାର ଲୋକ ମଣୁନାହାନ୍ତି । ତେଣୁ ଅନୁମତି ଦେବା ନିମନ୍ତେ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଖଣି ନିକଟରେ ଥିବା ଚାରୋଟି ଗ୍ରାମ କାଦବାହାଲ, ତଣ୍ଡିକି କାଦବାହାଲ, ରୁକ୍ମଣୀଗୁଡା ଏବଂ ସଭାପତି ଗୁଡା ଗ୍ରାମବାସୀଙ୍କୁ ପଲ୍ଲୀସଭା ଡକାଯାଇ ଥିଲା । କିନ୍ତୁ ଏହି ପଲ୍ଲୀ ସଭାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗୌଡଗୁଡା ସରପଞ୍ଚ ସମିତି ସଭ୍ୟ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବରଙ୍କ ଉପସ୍ଥିତରେ ଚାରୋଟି ଗ୍ରାମର ଗ୍ରାମବାସୀ ଏହି ସାବିତ୍ରୀ ଷ୍ଟେ।ନ କ୍ରସର କୁ ବିରୋଧ କରାଯାଇଥିବା , ଦେଖିବାକୁ ମିଳିଛି । ଏହି ପଥର ଖଣି ରେ ପଥର ଉତ୍ତୋଳନ କୁ ବିରୋଧ କରି ବହୁ ବୁଦ୍ଦିଜୀବୀ ମହିଳା ମାଁ ମାନେ ଏଠାରେ କଲେ ଆମ ଜୀବନ ପ୍ରତି ବିପଦ ଅଛି ବଲି ଏଠାରୁ ଉଚ୍ଛେଦ କରାଯାଉ ବୋଲି ଦାବି କରିଥିବା ଦେଖିବାକୁ ମିଳିଛି । ପୂର୍ବରୁ ଖଣି ମାଲିକ ସେଠାରେ କାର୍ଯ୍ୟ କରୁଥିବା ଲୋକ କିମ୍ବା ଜମି ହରାଇ ଥିବା ଲୋକଙ୍କୁ ବହୁ ପ୍ରତିଶ୍ରୁତି ଦେଇଥିଲେ, ଆମ ଚାଷ ଜମି ପଥର ସବୁ ପଥର ଭର୍ତ୍ତି ହୋଇଗଲେ ଉଠାଇବା ପାଇଁ ମଧ୍ୟ କହିଥିଲେ, କିନ୍ତୁ ଦୀର୍ଘ ବର୍ଷ ପରେ ମଧ୍ୟ ଉଟାଊ ନାହିଁ, ତେଣୁ ଚାଷ କରିବା ବହୁ ଅସୁବିଧା ସମୁଖୀନ ହେବାକୁ ପଡୁଛି ବଲି ୱାର୍ଡ ମେମ୍ବର ପ୍ରକାଶ କରିଥିଲେ । ସେଠାରେ ପଥର ବ୍ଲାଷ୍ଟିଙ୍ଗ କରିବା ଦ୍ଵାରା ଦୁଇ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ତିନି ଜଣ ଅଳ୍ପକେ ବର୍ତ୍ତୀ ଯାଇଥିବା ପ୍ରକାଶ କରିଛନ୍ତି କିନ୍ତୁ ମାଲିକ କୌଣସି ସାହାଯ୍ୟ କରି ନଥିବା ବେଳେ ଜମି ବିକି ବିଶାଖାପାଟନାମ ମେଡିକାଲ ଚିକିସ୍ଛା ହୋଇ ଆସିଥିବା ଶ୍ରମିକ ମାନେ ଦୁଃଖରେ ପ୍ରକାଶ କରିବା ସହିତ ସ୍ଥାନୀୟ ଲୋକ ଗୋରୁ ଗାଈ ଚରେଇବାକୁ ମଧ୍ୟ ଭୟ କରୁଥିବା ବେଳେ ଆମେ ଏବଂ ଛଟ ଛଟ ପିଲା ମାନେ ସେଠାର ପ୍ରଦୂଷଣ ଯୋଗୁଁ ନିଶ୍ଵାସ ପ୍ରଶ୍ଵାସ ନେବା ବହୁ କଷ୍ଟ ହେଉଥିବା ନିକଟରେ ଥିବା ଘର ଗୁଡ଼ିକ ଫାଟି ଯାଉଛି, ଚାଷ ଜମିରେ ପଥର ଗୁଣ୍ଡ ପଡ଼ିବା ଯୋଗୁଁ ଚାଷ କରିବା ସମ୍ଭବ ହେଇ ପାରୁନାହିଁ,ବିସ୍ଫୋରଣ ସମୟରେ ଗ୍ରାମ ବାସୀ ଭୟରେ ଗାଁ ଛାଡ଼ି ଅନ୍ୟ ତ୍ର ଯିବା ପାଇଁ ବାଧ୍ୟ ହେଉ ଛନ୍ତି ବୋଲି ଗ୍ରାମ ବାସୀ ଅଭିଯୋଗ କରିଛନ୍ତି ।ସେ କୁଆଁ ରି ନିକଟରେ ଦୁଇ ଟି ବିଦ୍ୟାଳୟ ରହିଅଛି ଏବଂ ମୁଖ୍ୟ ରାସ୍ତା ଠାରୁ ମାତ୍ର ଦୁଇ ସହ ମିଟର ରେ ଏହି କୁଆଁରୀ ରହିଅଛି । ଯାହାକି ଏହା ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହେବ ବୋଲି ଗ୍ରାମ ବାସୀ ଅଭିଯୋଗ କରିଛନ୍ତି । ଗ୍ରାମ ସଭାରେ ବିରୋଧ ପରେ ପ୍ରଶାସନ କି ପଦକ୍ଷେପ ଗ୍ରହଣ କରିବ ତାହା ଦେଖିବାକୁ ବାକି ରହିଲା ।ଏହି ଗ୍ରାମ ସଭାରେ ଗୌଡଗୁଡ। ସରପଂଚ ପାଣ୍ଡରି ପୋଡ଼ିଅମି, ଗୌଡଗୁଡ। ସମିତି ସଭ୍ୟ ତଥା ମାଲକାନଗିରି ବ୍ଲକ୍ ଉପାଧ୍ୟକ୍ଷ ନିରଞ୍ଜନ ହ।ଲଦର୍, ପିଇଓ ନିଖିଲ ବାନାର୍ଜୀ,ୱାର୍ଡ ମେମ୍ବର ଏବଂ ଗ୍ରାମ ବାସୀ ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.