mobile header

ମାଲକାନଗିରି ପୌର।ଧକ୍ଷ ଙ୍କ ଦ୍ଵାରା ଶ୍ରମ କାର୍ଡ ବଣ୍ଟନ

ମାଲକାନଗିରି: ମାଲକାନଗିରି ପୌର ପରିଷଦ ଏକ ନମ୍ବର ୱାର୍ଡ ରେ
ଆଜି ପୌରଧକ୍ଷ ଶ୍ରୀ ମନୋଜ କୁମାର ବାରିକ ଏବଂ ସ୍ଥାନୀୟ ୱାର୍ଡ ମେମ୍ବର ଶ୍ରୀ ପେଣ୍ଡରା ପ୍ରସାଦ ପଣ୍ଡା ଙ୍କ ଉପସ୍ଥିତି ରେ ଏକ ବୈଠକ କରାଯାଇଥିଲା । ଏହି ବୈଠକରେ ସ୍ଥାନୀୟ ଲୋକମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ । ନୂତନ ଭାବରେ ଦାୟିତ୍ଵ ନେବାପରେ ପୌରଧକ୍ଷ ଶ୍ରୀ ବାରିକ ରାତି ରେ ମଧ୍ୟ ନିଜର ଦାୟିତ୍ଵ ଭାବି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଏହାପରେ ଅଞ୍ଚଳର ବହୁ ଲୋକଙ୍କୁ ଶ୍ରମିକ ପଞ୍ଜିକରଣ କାର୍ଡ ତଥା ଲେବର କାର୍ଡ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମାଲକାନଗିରି ବିଜୁ ଜନତା ଦଳର କର୍ମି କେ ରାହୁଲ ଉପସ୍ଥିତ ରହି କାର୍ଡ ବିତରଣ ରେ ସହଯୋଗ କରିଥିଲେ । ସମୁଦାୟ ୧୧୨ ଜଣ ଙ୍କୁ ଶ୍ରମ କାର୍ଡ ବଣ୍ଟନ କରା ଯାଇ ଥିଲା।

Leave A Reply

Your email address will not be published.