mobile header

ଜିତୁଙ୍କ ୧୩୩ କୋଟି ଟଙ୍କାର ସମ୍ପତ୍ତି ସିଜ୍‌

ଭୁବନେଶ୍ୱର: ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ସମ୍ପତ୍ତି ସିଜ୍‌ ହୋଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିବା ସମୟରେ ୧୩୩ କୋଟି ଟଙ୍କାର ସମ୍ପତ୍ତି ସହ ଘରୁ ଜବତ ହୋଇଥିବା ନଗଦ ୬୯ ଲକ୍ଷ ଟଙ୍କା ମଧ୍ୟ ସିଜ୍ କରିଛି । ବେଆଇନ୍‌ ଖଣି କାରବାର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ଦିଆଯାଇଛି ।

ସୂଚନା ମୁତାବକ ଗତକାଲି ପୂର୍ବତନ ଚମ୍ପୁଆ ବିଧାୟକ ତଥା ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଭୁବନେଶ୍ବର ଓ ଯୋଡ଼ା ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ କରାଯାଇଥିଲା । ଏକକାଳୀନ ୪ଟି ସ୍ଥାନରେ ଏହି ଚଢାଉ କରାଯାଇଥିବା ବେଳେ ଅର୍ଥ ଠକେଇ ମାମଲାରେ ଯୋଡାର ଦୁଇଟି ସ୍ଥାନ ଓ ଭୁବନେଶ୍ୱରର ୨ଟି ସ୍ଥାନରେ ଚଢ଼ଉ ହୋଇଥିବା ଖବର ଆସିଥିଲା ।

Leave A Reply

Your email address will not be published.