mobile header

ଦଶ ଦିନିଆ ପନିପରିବା ଚାଷ ତାଲିମ କାର୍ଯ୍ୟକ୍ରମ

Boudh… ଆରସେଟି ବୌଦ୍ଧ ପକ୍ଷରୁ ଦପଲା ଗ୍ରାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ପନିପରିବା ଚାଷ ତାଲିମ ଆୟୋଜନ
ବୌଦ୍ଧ ଜିଲ୍ଲା ଲାଣ୍ଡିବନ୍ଧ ସ୍ଥିତ ଏସ. ବି. ଆଇ ଆରସେଟି ତରଫରୁ କଣ୍ଟାମାଳ ବ୍ଲକ ସ୍ତିତ ଦପଲା ଗ୍ରାମରେ 22 ଜଣ ମହିଳା ମାନଙ୍କୁ ନେଇ ଏକ ଦଶ ଦିନିଆ ପନିପରିବା ଚାଷ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ସହକାରୀ ପ୍ରକଳ୍ପ ନିର୍ଦ୍ଧେଶକ (ଜୀବିକା ) ଜ୍ୟୋତ୍ସ୍ନା ରାଣୀ ପୁରୋହିତ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଟିକୁ ଆରମ୍ଭ କରିଥିଲେ l

ତାଲିମ କାର୍ଯ୍ୟକ୍ରମରେ ଶ୍ରୀ ଜ୍ଞାନ କିଶୋର ପାଣିଗ୍ରାହୀ ମୁଖ୍ୟ ପ୍ରଶିକ୍ଷକ ଭାବରେ ଯୋଗ ଦେଇ ପନିପରିବା ଚାଷର ଲାଭ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଆରସେଟି ନିର୍ଦ୍ଧେଶକ ଶ୍ରୀ ବିଚିତ୍ର ମହାପାତ୍ର ପ୍ରଶିକ୍ଷାର୍ଥୀ ମାନକୁ ବ୍ୟାଙ୍କ ର ବୀମା , ରୃଣ ଏବଂ ବିଭିନ୍ନ ସରକାରୀ ଯୋଜନା ବିଷୟରେ ବୁଝାଇଥିଲେ ଏବଂ ଉଦଯାପନ ଦିବସରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ (ଓଡିଶା ଜୀବିକା ମିଶନ ) ଶ୍ରୀ ଫ୍ରାନସିସ ଵାଲା ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ତାଲିମ ପ୍ରମାଣ ପତ୍ର ଦେଇ ଉତ୍ସାହିତ କରିଥିଲେ l ଅନୁଷ୍ଠାନର ତାଲିମ ସଂଯୋଜକ କାନନ ଖମାରୀ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିବା ସହିତ ଅନୁଷ୍ଠାନର ସମସ୍ତ କର୍ମଚାରୀମାନେ ତାଙ୍କୁ ସହଯୋଗ କରିଥିଲେ l

Leave A Reply

Your email address will not be published.