xmas

5.କୁଇଣ୍ଟାଲ 52.kg ଗଞ୍ଜେଇ ସହ SUV.500 କାର ଜବଦ କଲା କାଲିମେଳା ପୋଲିସ

 :କାଲିମେଳା ତା ୨୨/୫ମିଳିଥିବାସୂଚନା ମୁତାବକ ଗତ କାଲି ସନ୍ଦ୍ୟା ସମୟରେ କାଲିମେଳା ପୋଲିସ୍,ବଡିଗେଟା ଗ୍ରାମ ପଂଚାୟତ  ଅର୍ନ୍ତଗତ ଟେକଗୁଡ଼ା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ, ହଟାତ ଏକ କଳାରଙ୍ଗର SUV କାର ଦେଖା ଗଲା, ପୋଲିସ ସନ୍ଦେହ କରି ଗାଡ଼ି ଟିକୁ ଅଟକାଇ କାଗଜ ପତ୍ର ଜାଞ୍ଚ କରିବା ବେଳେ, ସେଥିରେ ଡ଼ୁବୁଲିକ୍ୟାଟ ନମ୍ବର ଲଗା ଯାଇଥିବା ଜାଣି, ଗାଡ଼ିଟିକୁ ଅଧିକ ସର୍ଚ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବାର ସୁରାକ ମିଳିଥିଲା, ପୋଲିସ ଗାଡ଼ିଟିକୁ ଥାନାକୁ ଆଣି ସମ୍ପୂର୍ଣ ଯାଞ୍ଚ କରିବା ପରେ, ସେଥିରୁ 5 କୁଇଣ୍ଟାଲ 52, kg ଗଞ୍ଜେଇ ବାହାରିଥିଲା,ଗଞ୍ଜେଇ ଚଲାଣ କରୁଥିବା ମହରାଷ୍ଟ୍ର 2ଜଣକୁ ମଧ୍ୟ୍ୟ ଗିରଫ କରିଛି ପୋଲିସ, ସେମାନେ ହେଲେ ମହାରାଷ୍ଟ୍ରର ସାଗର ସନ୍ତୋଷ ସୋନୁନେ ଓ ରାମଦାସ ବିତଲ ବୋଲି ଜଣା ପଡିଛି,ସମସ୍ତ ଗଞ୍ଜେଇ କାଲିମେଳା ଆଞ୍ଚଳରୁ ମହାରାଷ୍ଟ୍ର କୁ ଚଲାଣ ହେଉଥିବା କହିଛି କାଲିମେଳା ପୋଲିସ, ଆଜି ଗଞ୍ଜେଇ ସହ ଦୁଇଜଣଙ୍କୁ କେସନଂ 142 ରେ କୋର୍ଟ ଚଲାଣ କରିଛି ପୋଲିସ।

ପ୍ରଶାନ୍ତ କୁମାର ବିହାରୀ

କାଲିମେଳା ବ୍ଲକ

Leave A Reply

Your email address will not be published.