
ଶରଣକୁଳ- ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଶତାଧିକ କର୍ମକର୍ତ୍ତା ଓ କର୍ମୀଙ୍କ ଗହଣ ରେ ଆସି ଓଡ଼ଗାଁରେ ବିଜେ ପ୍ରଭୁ ଶ୍ରୀରଘୁନାଥଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି ।ସାଥିରେ ବରିଷ୍ଠ ସଦସ୍ୟା ଇରାନୀ ରାୟ, ପ୍ରେମାନଦ ମହାପାତ୍ର, ସୁଶାନ୍ତ ସାହୂ,ନସିର ମହମ୍ମଦ, ବରେନ୍ଦ୍ର ନନ୍ଦ ଓ ଦିଲିପ ବେହେରା ପ୍ରଭୁତି ଆସିଥିଲେ ।ମନ୍ଦିର ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର ଓ ଅନ୍ୟ ସେବାୟତମାନଙ୍କ ସହିତ ମନ୍ଦିର ନୀତିକାନ୍ତି ଓ ପୂଜାର୍ଚ୍ଚନା ଉପରେ ବୁଝିଥିଲେ ।ମନ୍ଦିର ଉନ୍ନତି ଓ ସେବାୟତ ମାନଙ୍କ ଉନ୍ନତିକରଣ ପାଇଁ ସେବାୟତ ସଙ୍ଘ ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଏହାପରେ ନାଉରିଆଗଡ଼ ଗଡ଼ ଠାରେ ଏକ କର୍ମୀ ସମ୍ମିଳନୀରେ ଯୋଗ ଦେଇ ଆଗାମୀ ଦିନରେ ତୃଣମୂଳ ସ୍ତରରୁ ସଂଗଠନ କୁ ମଝବୁତ କରିବା ସହିତ ପ୍ରତି ୱାର୍ଡ ରେ ସକ୍ରିୟ ସଭ୍ୟଙ୍କୁ ରଖି ଆଗାମୀ ନିର୍ବାଚନରେ ଯେପରି ଦଳ ଭଲ ପ୍ରଦର୍ଶନ କରିବ ସେଥିପାଇଁ ଆଲୋଚନା କରିଥିଲେ ।ଓଡ଼ଗାଁରେ ଏକ ବଡ଼ କର୍ମୀସମ୍ମିଳନୀ କରିବାକୁ କହିଥିଲେ ।ନୟାଗଡ଼ ଠାରୁ ରେଲୱେ ଲାଇନ କୁ ଓଡ଼ଗାଁ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଚେଷ୍ଟା କରାଯିବ ବୋଲି ପ୍ରକାଶ କରିଥିଲେ ।