mobile header

କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଚାର ପ୍ରସାର ପାଇଁ ନୟାଗଡ଼ ବିଜେପିର ପ୍ରସ୍ତୁତି ବୈଠକ


ନୟାଗଡ଼: ନୟାଗଡ଼ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ବିଜେପି ଜିଲ୍ଲା ସଭାପତି ଲାଲା ମନୋଜ ରାୟଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନରେନ୍ଦ୍ର ମୋଦିଙ୍କ ୮ବର୍ଷ ପୂର୍ତ୍ତିର ସଫଳ ରୂପାୟନ ବିସ୍ତୃତ ଆଲୋଚନା କରାଯାଇଥିଲା । ୩୧ ମଇ ଠାରୁ ୧୫ ଜୁନ୍ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳନ ଯୋଜନାର ପ୍ରଚାର ପ୍ରସାର ନିମନ୍ତେ ପଞ୍ଚାୟତସ୍ତରୀୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଜେପିର ସମସ୍ତ ମୋର୍ଚ୍ଚାଦ୍ୱାରା ପ୍ରଚାରପତ୍ର ମାଧ୍ୟମର ପ୍ରଚାର ପ୍ରସାର କରାଯିବ । ଏହି ବୈଠକରେ ମୁଖ୍ୟଅତିଥି ଭାବେ ଆସିକା ଲୋକସଭା ସାଂସଦ ପ୍ରାର୍ଥିନୀ ଅନିତା ପ୍ରିୟଦର୍ଶନ ପଟ୍ଟନାୟକ, ନୟାଗଡ଼ ଜିଲ୍ଲାପ୍ରଭାରୀ ନିରଞ୍ଜନ ମିଶ୍ର, ଖଣ୍ଡପଡ଼ାର ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂ ମର୍ଦ୍ଦରାଜ, ଦଶପଲ୍ଲାର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ସନ୍ୟାସୀ ନାୟକ, ପରେଶ ମିଶ୍ର, ଅର୍ଚ୍ଚନା ଦାସ, କୃପାସିନ୍ଧୁ ଗୌଡ, ପ୍ରଭାତ ଷଢଙ୍ଗୀ, ନସିର ଅହମ୍ମଦ, ବସନ୍ତ ମହାନ୍ତି, ତାପସ ମାର୍ଥା, ସଞ୍ଜୟ ଦାଶ, ବିକ୍ରମ ଦେଓଙ୍କ ସମେତ ଜିଲ୍ଲାର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ୩୧ ତାରିଖ ସୋମବାର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୧୧ତମ କିସାନନିଧି କିସ୍ତି ସମଗ୍ର ଭାରତବର୍ଷରେ ପ୍ରଦାନ ନୟାଗଡ଼ଠାରେ ହେବାକୁ ଥିବା କାର୍ଯ୍ୟକ୍ରମର ରାଜ୍ୟ ସଭାପତି ସମୀର ମହାନ୍ତି ଉପସ୍ଥିତ ରହିବେ ବୋଲି ବିଜେପି ଜିଲ୍ଲା ସଭାପତି ଲାଲା ମନୋଜ ରାୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.