xmas

ନେପାଳରେ ଦୁର୍ଘଟଣାଗ୍ରସ୍ତ ବିମାନରେ ଓଡ଼ିଆ ପରିବାର । ପତ୍ନୀ, ପୁଅ, ଝିଅଙ୍କ ସହ ନେପାଳ ବୁଲିଯାଇଥିଲେ ଭୁବନେଶ୍ୱର ନିବାସୀ ଅଶୋକ ତ୍ରିପାଠୀ

କାଠମାଣ୍ଡୁ: ନିଖୋଜ ବିମାନର ମିଳିଲା ସନ୍ଧାନ। ନେପାଳର ପୋଖରାରୁ ଜୋମ୍‌ସୋମ୍‌ ଅଭିମୁଖେ ଯାଉଥିବା ଏକ ଘରୋଇ ବିମାନ ଆଜି କ୍ରାଶ ହୋଇଛି। ବିମାନଟି ମୁସ୍‌ତାଙ୍ଗର କୋଆଙ୍ଗା ଗ୍ରାମରେ ଲମଚେ ନଦୀ ନିକଟସ୍ଥ କ୍ରାଶ କରିଥିବା ଠାବ ହୋଇଛି। ‘ତାରା’ ନାମକ ଏହି ବିମାନଟି ମନପାଠି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ନେପାଳ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ନେପାଳ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ବିମାନରେ ୨୨ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଭାରତୀୟ ଥିଲେ। ସେହି ୪ ଜଣ ଓଡ଼ିଶାର ବୋଲି ଜଣାପଡ଼ିଛି। ସେମାନେ ଗୋଟିଏ ପରିବାରର ହୋଇଥିବା ବେଳେ ନେପାଳ ବୁଲିବାକୁ ଯାଇଥିଲେ। ଏହି ୪ ଜଣ ହେଲେ ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ଓ ବୈଭବୀ ତ୍ରିପାଠୀ। ପରିବାର ସହ ନେପାଳ ବୁଲିଯାଇଥିଲା ବେଳେ ବିମାନ ଦୁର୍ଘଟଣା ଘଟିଛି। ସୂଚନା ଅନୁଚଯାୟୀ, ନେପାଳର ପୋଖରାରୁ ଜୋମ୍‌ସୋମ୍‌ ଅଭିମୁଖେ ଯାଉଥିବା ଏହି ଛୋଟ ବିମାନ ସହ ଆଜି ସକାଳୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

ରାଡାର୍‌ରୁ ନିଖୋଜ ହୋଇଯାଇଥିବା ବିମାନରେ ୪ଜଣ ଭାରତୀୟ ଓ ୧ ଜଣ ବିଦେଶୀ ନାଗରିକ ଥିଲେ। ବାକି ଯାତ୍ରୀମାନେ ନେପାଳର ନାଗରିକ ବୋଲି ନେପାଳ ସରକାରଙ୍କ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ସୂଚନା ଅନୁସାରେ, ‘ତାରା ଏୟାର୍‌’ର ୯ଏନ୍‌ଏଇଟି ଡବଲ ଇଞ୍ଜିନ୍‌ ଥିବା ବିମାନଟି ଆଜି ସକାଳ ୯.୫୫ରେ ଉଡ଼ାଣ ଭରିଥିଲା। ଏହାର କିଛି ସମୟ ପରେ ରାଡାର୍‌ରୁ ଅଦୃଶ୍ୟ ହୋଇ ଯାଇ ଥିଲା ବିମାନ ।

Leave A Reply

Your email address will not be published.