mobile header

ଓଡିଶା ସମେତ ୫ ରାଜ୍ୟର ବନ୍ଦ ଥିବା ସାରା କାରଖାନାର ହେବ ପୁନରୁଦ୍ଧାର

ଗୁଜୁରାଟର ଗାନ୍ଧୀନଗରଠାରେ ଗତକାଲି ‘ସହକାର ସେ ସମୃଦ୍ଧି’ ଅନ୍ତର୍ଗତ ଏକ ସମ୍ମିଳନୀକୁ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦେଶରେ ବନ୍ଦ ରହିଥିବା ୫ଟି ସାର କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରାଯିବ। ଏହିସବୁ ସାରକାରଖାନା ଗୁଡ଼ିକ ଓଡ଼ିଶା, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଏବଂ ତେଲେଙ୍ଗାନାରେ ରହିଛି। ଏହିସବୁ ସାର କାରଖାନାଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଲାଗି ଯୋଜନା ପ୍ରସ୍ତୁତ ସହ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଗତକାଲି ଗୁଜୁରାଟର କଲ୍ଲୋଳଠାରେ ଇଫ୍‍କୋ ଦ୍ୱାରା ନିର୍ମିତ ବିଶ୍ୱର ପ୍ରଥମ ନାନୋ ୟୁରିଆ ତରଳୀକୃତ ପ୍ଲାଣ୍ଟର ଉଦ୍‍ଘାଟନ କରିବା ଅବସରରେ ଏହା କହିଛନ୍ତି। ଏହି ତରଳୀକୃତ ନାନୋ ୟୁରିଆକୁ ସହଜରେ ନେବାଆଣିବା କରିହେବ ଯାହାଦ୍ୱାରା ପରିବହନ ଖର୍ଚ୍ଚ ହ୍ରାସ କରାଯାଇପାରିବ ଏବଂ କ୍ଷୁଦ୍ରଚାଷୀମାନେ ଏଥିରୁ ଲାଭ ପାଇପାରିବେ। ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୧୪ରେ ଏନ୍‍ଡିଏ ସରକାର କ୍ଷମତାକୁ ଆସିବାପରେ ଶତପ୍ରତିଶତ ନିମ ଆବରଣଯୁକ୍ତ ୟୁରିଆ ପ୍ରସ୍ତୁତ ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ।

Leave A Reply

Your email address will not be published.