mobile header

୧୮ ଶିଶୁ ଶ୍ରମିକ ଉଦ୍ଧାର


ମାଲକାନଗିରି,୪/୬ ମାଲକାନଗିରିର ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନେଇ ଚାଲିଥିବା ଅଭିଯାନରେ ଆଜି ମାଲକାନଗିରି ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା।ଏହି ଚଢାଉରେ ୧୮ ଜଣ ଶିଶୁ ଶ୍ରମିକକୁ ଶ୍ରମ ବିଭାଗ ଉଦ୍ଧାର କରିଛି।ଏମାନଙ୍କ ମଧ୍ୟରେ ୧୧ ଜଣ ନାବାଳିକା ଝିଅ ହୋଇଥିବା ବେଳେ ୭ ଜଣ ନାବାଳକ ରହିଛନ୍ତି।ଏମାନଙ୍କୁ ଶ୍ରମ ବିଭାଗ ଉଦ୍ଧାର କରିବା ପରେ ସିଡବ୍ଲିସି ନିକଟରେ ହାଜର କରାଇଛି।ଯେଉଁ ବୟସରେ ପିଲାମାନେ ପାଠ ପଢିବା କଥା ସେହି ବୟସରେ ପିଲାମାନେ କାମ କରୁଛନ୍ତି।ଏହାକୁ ନେଇ ଗତ ମେ ୨୧ ତାରିଖରୁ ଶିଶୁ ଶ୍ରମିକ ନିରାକରଣ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି।ଆସନ୍ତା ୧୨ ତାରିଖ ଶିଶୁ ଶ୍ରମିକ ନିରାକରଣ ଦିବସ ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହାକୁ ନେଇ ଶ୍ରମ ବିଭାଗ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି।ମାଲକାନଗିରି ଜିଲ୍ଲାରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ସର୍ବାଧିକ ରହିଥିବାରୁ ଶ୍ରମ ବିଭାଗ,ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି।ଉଦ୍ଧାର କରାଯାଇଥିବା ଶିଶୁମାନଙ୍କୁ ବିଭିନ୍ନ ବିଦ୍ୟାଳୟରେ ନାମ ଲେଖାଯିବା ସହ ସେମାନେ କିପରି ଆଗକୁ ସୁନାଗରିକ ହେବେ ସେନେଇ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.