mobile header

ପଥର କୁଆଁରି ଟେଣ୍ଡର ଫିକ୍ସିଂ ଘଟଣା


ଜଣେ ୩ଟି ଟେଣ୍ଡର ପକାଇ ଟେଣ୍ଡର ହାତେଇବାକୁ କରିଥିଲା ଚକ୍ରାନ୍ତ
ଗତ ବର୍ଷ ୧୯ ଶହରୁ ଉର୍ଦ୍ଧ୍ବ ଦର ଥିବା ବେଳେ ଏବେ ୩୩୩ ଟଂକା ରହିଥିଲା


ମାଲକାନଗିରି,୪/୬ମାଲକାନଗିରି ତହସିଲ ଅଧିନରେ ରହିଥିବା ଗନ୍ଦିପାଲୀ ପଥର କୁଆଁରିକୁ ହାତେଇବା ପାଇଁ ଜଣେ ବିଡର ତିନୋଟି ଟେଣ୍ଡର ପକାଇବା ଏବଂ ଚତୁର୍ଥ ବିଡରଙ୍କୁ ପ୍ରଲୋଭନ ଦେଖାଇ ତାଂକୁ ଏଥିରୁ ହଟିବା ପାଇଁ ଉସୁକାଇବା ଭଳି ଘଟଣା ଏବେ ପଦାକୁ ଆସିଛି। ବିଭିନ୍ନ ଗଣ ମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଏନେଇ ତୁରନ୍ତ ଏ ସଂକ୍ରାନ୍ତରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ।ମାଲକାନଗିରି ତହସିଲ ପକ୍ଷରୁ ମଧ୍ୟ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିବା ଜଣାପଡିଛି।ବିଭାଗୀୟ କର୍ମଚାରୀ ଏବଂ ବିଡରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ସ୍ପଷ୍ଟ ଜଳଜଳ ଦିଶୁଛି।ଗତବର୍ଷ ଏହି ପଥର କୁଆଁରି ୧୯ ଶହରୁ ଉର୍ଦ୍ଧ୍ବ ଟଂକାରେ ବିଡର ନେଇଥିବା ବେଳେ ଏବେ ଚଞ୍ଚକତା କରି ୩୩୩ ଟଂକାରେ ଏହାକୁ ସମୀତ ରଖି ହାତେଇବାକୁ ଚେଷ୍ଟା କରାଯାଇଥିଲା।ଏହାର ବିଡ ୧୦୦୦ ଟଂକା ରହିଥିବା ଜଣାପଡିଛି।ତେବେ ସରକାରଙ୍କୁ କେତେ ରାଜସ୍ବ ହାନି ହେଉଛି ତାହା ଏଥିରୁ ସହଜରେ ଅନୁମେୟ।ଲକ୍ଷ ଲକ୍ଷ ଟଂକା ସରକରାରଙ୍କର ରାଜସ୍ବକୁ ଠକି ଏମାନେ ଚଳୁ କରିବାକୁ ଯୋଜନା କରିଥିଲେ।ତେବେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପରେ ଏଥିରେ ସଂପୃକ୍ତ ଥିବା ତହସିଲ କର୍ମଚାରୀମାନେ ମଧ୍ୟ ପଦାରେ ପଡିବେ।ପୁଣି ଗନ୍ଦିପାଲୀ ପଥର କୁଆଁରି-(ଖ)କୁ ଜଣେ ୧୦୭୦ ଟଂକାରେ ଟେଣ୍ଡର ନେଇଥିବା ବେଳେ ଏଠାରୁ ମାତ୍ର ୫୦୦ ମିଟର ଦୁରରେ ଥିବା ଗନ୍ଦିପାଲୀ ପଥର କୁଆଁରି-(କ)ରେ କିପରି ୩୩୩ କ୍ବିବିକ ସେଣ୍ଡିମଟର ପାଇଁ ଧାର୍ଯ୍ୟ ହେଲା ତାହାକୁ ନେଇ ସଂଦେହ ସୃଷ୍ଟି ହୋଇଛି।ସମସ୍ତେ ମିଳିମିଶି ଏହାକୁ ହାତେଇବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି।ଗତକାଲି ବିଜେପିର ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ଏ ନେଇ ଅବଗତ ହେବା ପରେ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଥିବା ବେଳେ ପୁନଃ ଟେଣ୍ଡର ଆହ୍ବାନ କରିବା ପାଇଁ ଦାବି କରିଛନ୍ତି।ଆଜି କଂଗ୍ରେସ ମଧ୍ୟ ଏଥିରେ ସ୍ବର ମିଳାଇଛି।ତୁରନ୍ତ ପୁନଃ ଟେଣ୍ଡର ଆହ୍ବାନ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି।ଏବେ ବି ତହସିଲ କାର୍ଯ୍ୟାଳୟର କର୍ମଚାରୀ ଏବଂ ଉଚ୍ଚପଦାଧିକାରୀମାନେ ସବୁ ଠିକ ରହିଛି ବୋଲି ଯୁକ୍ତି ବାଢୁଛନ୍ତି।ବାହାରେ କଣ ହୋଇଥିବ କିନ୍ତୁ ତହସିଲ ପକ୍ଷରୁ କୌଣସି ଭୁଲ କରାଯାଇ ନାହିଁ ବୋଲି କୁହାଯାଉଛି।ଚତୁର୍ଥ ବିଡର ଟେଣ୍ଡର ଖୋଲିବା ପୂର୍ବରୁ କାହିଁକି ମୋ ଟେଣ୍ଡର ଲଫାପା ନଖୋଲିବାକୁ କହିଥିଲେ।କାହା ସ୍ବାର୍ଥରେ ସେ ଏଭଲି କହିଥିଲେ।ଯଦି ସେ ଟେଣ୍ଡର ପକାଇବାର ନଥିଲା,ତେବେ ସେ ପୂର୍ବରୁ ପକାଇ ନଥାନ୍ତେ।ବହୁ ଜଣ ଟେଣ୍ଡର ପକାଇବା ପାଇଁ ଇଛୁକ ଥିଲେ ମଧ୍ୟ ପକାଇନଥିଲେ।ଏହାର କାରଣ ସ୍ପଷ୍ଟ ବାରି ହୋଇପଡୁଛି।ଚତୁର୍ଥ ଜଣ ଅଧିକା ଟଂକାରେ ଟେଣ୍ଡର ପକାଇଥିବା ଜାଣିବା ପରେ ଏଭଳି ଚକ୍ରାନ୍ତ କରାଯାଇଥିବା ଆଲୋଚନା ଜୋର ଧରିଛି।ବିଭିଗାର କିଛି କର୍ମଚାରୀ ଟେଣ୍ଡର ବିଷୟରେ ସବୁ ଜାଣିଛି ବୋଲି ଯୁକ୍ତି ବାଢି ଏଭଳି ଫିକ୍ସିଂ କରିଥିବା ମଧ୍ୟ ଆଲୋଚନା ହେଉଛି।ତେବେ ସେମାନଙ୍କୁ ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦାବି କରାଯାଇଛି।

Leave A Reply

Your email address will not be published.