mobile header

ଅଙ୍ଗନବାଡି ଭିତରେ ଅଙ୍ଗନବାଡି କର୍ମୀଙ୍କ ଝୁଲନ୍ତା ମୃତଦେହ

ଟେବୁଲ ଉପରେ ରହିଛି ମୋବାଇଲ, ଚାବିକାଠି, କଲମ ଏବଂ ଖାତା । ଖାତାରେ ଲେଖା ହୋଇଛି ସୁଇସାଇଡ ନୋଟ । ଆଉ ଟେବୁଲ ପାଖରେ ଝୁଲୁଛି ଅଙ୍ଗନବାଡି କର୍ମୀଙ୍କ ମୃତଦେହ । ଅଙ୍ଗନବାଡି ଖୋଲିବା ପରେ ଏଭଳି ଚିତ୍ର ଦେଖି ସଭିଏଁ ଆଶ୍ଚର୍ଯ୍ୟ ।
ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କାଲାଡାହି ଅଙ୍ଗନବାଡି କେନ୍ଦ୍ରରେ । କାଲାଡାହି ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଭାବେ କାମ କରନ୍ତି ବୁଲବୁଲ୍ ସୋରେନ । ଆଜି ଅଙ୍ଗନବାଡି ସରିବା ପରେ ସେ ଘରକୁ ଫେରି ନ ଥିଲେ । ପରିବାର ଲୋକେ ବୁଲବୁଲ ଘରକୁ ଫେରି ନ ଥିବାରୁ , ଏ ବାବଦରେ ହେଲପରଙ୍କୁ ପଚାରିଥିଲେ । ଏବଂ ଅଙ୍ଗନବାଡି କର୍ମୀ ବୁଲବୁଲ କାମ ସାରି ଘରକୁ ଯିବେ ବୋଲି କହି ଏକୁଟିଆ ଅଙ୍ଗନବାଡିରେ ରହିଥିବା ସେ କହିଥିଲେ । ଏହା ପରେ ସନ୍ଧ୍ୟା ସମୟରେ ପରିବାର ଲୋକେ ଯାଇ ବାହାରୁ ତାଲା ପଡିଥିବା ଅଙ୍ଗନବାଡି ଗେଟ୍ ଖୋଲି ଘର ଭିତରକୁ ପଶିବା ପରେ ସେଠାରେ ଝିଅର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ଆଉ ବୁଲବୁଲଙ୍କ ମୃତଦେହ ନିକଟରେ ଥିବା ଏକ ଟେବୁଲରେ ସୁଇସାଇଡ ନୋଟ ରହିଥିଲା । ଯେଉଁଥିରେ ସେ ପର୍ସନାଲ ଲାଇଫ୍‌ରେ ଅବସାଦରେ ରହି ଏଭଳି ନିଷ୍ପତି ନେଇଥିବା ଏବଂ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଥିବା ଲେଖା ହୋଇଛି । କପ୍ତିପଦା ପୋଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ ପର୍ସନାଲ ଲାଇଫରେ କଣ କାରଣ ପାଇଁ ସେ ଏଭଳି ନିଷ୍ପତି ନେଲେ ତାହାର ଖୋଳତାଡ କରୁଛି ପୋଲିସ୍ ।

Leave A Reply

Your email address will not be published.