ରିପୋର୍ଟର : ପ୍ରସାନ୍ତ କୁମାର ପ୍ରଧାନ
ବୌଦ୍ଧ:- ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ବୌଦ୍ଧ ଜିଲ୍ଲା ରେ ଶହ ଶହ ଭୂମି ହୀନ ଏବଂ ଡିହ ହୀନ ଥିବା ବେଳେ ପ୍ରାୟ ଶତାଧିକ ପାଣ – ଗଣ୍ଡା ସାହିକୁ ସରକାରୀ ରାସ୍ତା ନାହିଁ । ଏହି ପରିପ୍ରେକ୍ଷୀରେ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ହରଭଙ୍ଗା ବ୍ଲକ ନଅ ନମ୍ବର ଜୋନ୍ ର ସାତ ଗୋଟି ପଂଚାୟତ ର ଭୂମି ହୀନ ମାନଙ୍କୁ ନେଇ ଛତ୍ରଙ୍ଗ ଧାନମଣ୍ଡି ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଗଠନ ର ଜିଲ୍ଲା ସଭାପତି ବଟକୃଷ୍ଣ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ସମାଜ ର ସାମାଜିକ ଏକତା , ସାମ୍ବିଧାନିକ ଅଧିକାର , ନାଗରିକ ଅଧିକାର , ଦଳିତ ଅଧିକାର ତଥା ମାନବିକ ଅଧିକାର ଉପରେ ଆଲୋକପାତ କରିଥିଲେ । ଭୂମି ହୀନ ମାନଙ୍କୁ ସରକାରଙ୍କ ” ମୋ ଜମି , ମୋ ଡ଼ିହ ” ଯୋଜନାରୁ ଦୁଇ ଏକର ଚାଷ ଜମି , ଦଶ ଡିସିମିଲ ଘର ଡିହ ଏବଂ ସମସ୍ତ ଦଳିତ ବସ୍ତିକୁ ସରକାରୀ ରାସ୍ତା ପାଇଁ ଜମି ପ୍ରଦାନ ଆଦି ତିନି ଦଫା ଦାବୀରେ ଆସନ୍ତା ୧୦ ତାରିଖ ଶୁକ୍ରବାର ଦିନ ଚାରିଛକ ଜଗନ୍ନାଥ ମନ୍ଦିର ନିକଟରୁ ବିଶାଳ ଶୋଭାଯାତ୍ରା ଆରମ୍ଭ କରି ହରଭଙ୍ଗା ତହସିଲ୍ କାର୍ଯ୍ୟାଳୟ ଘେରାଉ ଏବଂ ଚାରି ଦଫା ସମ୍ବଳିତ ଦାବୀ ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିବା ସହିତ ନିଜର ହକ୍ ଏବଂ ଅଧିକାର ପାଇଁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପ ସଭାପତି ରୋହିତ କହଁର , କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି , ସଂଗଠନ ସମ୍ପାଦକ ଦେବଦତ୍ତ ସାଗର , ପୂର୍ବତନ ସରପଂଚ ତଥା ଜିଲ୍ଲା କାର୍ଯ୍ଯକାରି ସଦସ୍ୟ ସନ୍ତୋଷ ବେହେରା , ଯୁବ ଶିକ୍ଷାବିତ୍ ତଥା ଜିଲ୍ଲା କାର୍ଯ୍ୟକାରି ସଦସ୍ୟ ସଂଜିତ ଜେନା , ଅବସରପ୍ରାପ୍ତ ସହକାରୀ କୃଷି ଅଧକାରୀ ବିଚିତ୍ର କହଁର , ହରଭଂଗା ପଂଚାୟତ ସଭାପତି ନଟବର ପ୍ରଧାନ , ସଂପାଦକ ରାଜେନ୍ଦ୍ର ମହାନନ୍ଦିଆ , ଉପଦେଷ୍ଟା ଅଗସ୍ତି ନାଏକ , ତଳଗାଁ ପଂଚାୟତ ସଭାପତି ଅର୍ଜୁନ ବେହେରା , ସଂପାଦକ ସୁଶୀଲ ବେହେରା , ଆଡେଣୀଗଡ ପଂଚାୟତ ସଭାପତି ଦଶରଥ ବେହେରା , ଉପଦେଷ୍ଟା ମନ୍ମଥ ନାୟକ , ଛତ୍ରଙ୍ଗ ପଂଚାୟତ ଉପ ସଭାପତି ଭାରତୀ ବେହେରା , ସଂପାଦକ ନିତ୍ୟାନନ୍ଦ ନାୟକ , ଉପଦେଷ୍ଟା ଗୋବର୍ଦ୍ଧନ ବେହେରା ,
ବରିଷ୍ଠ ସମାଜସେବୀ ଅରୂପା ଦୀପ , ପ୍ରାଣବନ୍ଧୁ ବେହେରା , କୁମୁର ନାଏକ , ରବିନ୍ଦ୍ର ବେହେରା , ଶ୍ରୀକର ପ୍ରଧାନ , ଜନକ ଦୀପ , ପବିତ୍ର ଦୀପ , ପ୍ରସନ୍ନ ନାୟକ , ସୁବଳ ଦୀପ , ନାରାୟଣ ବଘାର , ନକୁଳ ପ୍ରଧାନ , ପଞ୍ଚାବନ କହଁର , ସୁରେଶନ ବେହେରା , ରତ୍ନାକର ନାୟକ , ଶାନ୍ତନୁ ବେହେରା , ରବିନ୍ଦ୍ର କହଁର , ବାସୁଦେବ ନାଏକ , ବିଷ୍ଣୁ ନାୟକ , ସଦାନନ୍ଦ ନାୟକ , ଶ୍ୱେତ ବାଦି , ହାଡିବନ୍ଧୁ ନାଏକ ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ବରିଷ୍ଠ ସମାଜସେବୀ ତଥା ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ରବିନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
