mobile header

ବୌଦ୍ଧ ଜିଲ୍ଲାରେ ଶିଶୁ ଶ୍ରମିକ ମୁକ୍ତ ଓଡିଶା ଗଠନ ର ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ :04/06.ବୌଦ୍ଧ ଜ଼ିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷ ରୁ ଆଜି ଶିଶୁ ଶ୍ରମିକ ଓଡିଶା ଗଠନ ପାଇଁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇ ଯାଇଛି l ଗ୍ରାମୀଣ ଶ୍ରମ ନିରୀକ୍ଷକ କନ୍ୟାକୁମାରୀ ସାହୁ ଙ୍କ ନେତୃତ୍ୱ ରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ବାହାରି ବୌଦ୍ଧ ଏନ. ଏ. ସି. ସାରା ସଚେତନତା ର ବାର୍ତ୍ତା ଦେଇଛି l ଏହି କାର୍ଯ୍ୟକ୍ରମ କୁ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ସବୁଜ ପତାକା ଦେଖାଇ ରଥ ର ଶୁଭାରମ୍ଭ କରି ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀଦଳବେହେରା,ନିଜରତ ଅଫିସର ବିଜୟ କୁମାର ପ୍ରଧାନ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଉପ -ଜ଼ିଲ୍ଲାପାଳ ସନତ କୁମାର ନାଏକ, ଷ୍ଟେନୋ ଜ୍ୟୋତିର୍ମୟୀ ନନ୍ଦ, ବରିଷ୍ଠ ସହାୟକ ସର୍ବେଶ୍ୱର ଦାନୀ , ରଶ୍ମି ରଞ୍ଜନ ପାଣିଗ୍ରାହୀ ଏବଂ ଜ଼ିଲ୍ଲା ଶ୍ରମ କାର୍ଯ୍ୟଳୟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି 14 ବର୍ଷରୁ କମ କୌଣସି ଶିଶୁ କୁ କୌଣସି କାମରେ ନିୟୋଜିତ ନ କରିବl,15ରୁ 18ବର୍ଷ ମଧ୍ୟରେ କୌଣସି ବିପଦ ସଂକୁଳ କାମରେ ନିୟୋଜିତ ନ କରିବା, ଏପରି ଅପରାଧ କଲେ 50,000/- ଜୋରିମାନା ସହ ଜେଲ ଦଣ୍ଡ ଆଇନ ରହିଥିବା ନେଇ ସମସ୍ତ ଙ୍କୁ ସଚେତନ କରାଯାଇଥିଲା l ସେହିପରି କୌଣସି ସ୍ଥାନ ରେ ଏପରି ଅପରାଧ ଘଟୁଥିଲେ ଜ଼ିଲ୍ଲା ଶ୍ରମ ଅଧିକାରୀ, ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜ଼ିଲ୍ଲାପାଳ ଙ୍କୁ ଅବଗତ କରାଯିବା ସହ 1098 ହେଲପ ଲାଇନ ନଂ ରେ ସୂଚନା ଦେବାପାଇଁ ମଧ୍ୟ ସଚେତନ କରାଯାଇଥିଲା l ଏହି ସଚେତନତା ଫଳରେ ଶିଶୁ ଶ୍ରମିକ ନିଶ୍ଚିତ ଭାବରେ ରୋକା ଯାଇ ପାରିବ ବୋଲି ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ମତବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ଶ୍ରମ କାର୍ଯ୍ୟାଳୟ ର ସଂଯୋଜକ ସୁଜିତ କୁମାର ଦାଶ ଏବଂ ଡାଟା ଏଣ୍ଟ୍ରି ଅପରେଟର କାହ୍ନୁ ଚରଣ ମହାରଣା, ରାଜେଶ ବାରିକ, ଆର. ବିଜୟ କୁମାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

Leave A Reply

Your email address will not be published.