mobile header

ଭେଜାଙ୍ଗିବାଡା ଅଞ୍ଚଳରୁ ଟିଫିନ ବୋମା ଓ ଚାରି ବ୍ୟାଗ ଜିଲୋଟିନ ଉଦ୍ଧାର ।

କାଲିମେଳା ତା:-୪/୬(ପିଏନଏସ) ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବେଜାଙ୍ଗିୱାଡା ପଞ୍ଚାୟତର ଏମପିଭି ୨୧ ଗ୍ରାମ ଠାରେ ମାଓବାଦୀ ଦମନ ପାଇଁ ମୃତୟନ ହୋଇଥିବା ୭୬ ନମ୍ବର ବାଟାଲିୟନ ର ସୀମା ସୁରକ୍ଷା ବାହିନୀ ଏବଂ ଜିଲ୍ଲା ପୋଲିସ୍ ଙ୍କ ଅପରେସନ୍ ପାର୍ଟି ମିଳିତ ଭାବେ ବେଜାଙ୍ଗିୱାଡା ଜଙ୍ଘଲର ପାଦ ଦେଶରେ ସର୍ଚ୍ଚ ଅପେରସନ କରୁଥିବା ବେଳେ ଟେକଗୁଡା ଓ ଦୁଲାଗୁଣ୍ଡି ନିକଟ ଏକ ପଥର ଖଣ୍ଡରୁ ଗୋଟିଏ ଅସ୍ରହୀନ ଟିଫିନ୍ ବୋମା ଏବଂ ୦୪ ବ୍ୟାଗ ଜେଲାଟିନ୍ ବାଡି ଉଦ୍ଧାର କରିଛନ୍ତି ! ଏହି ଅଞ୍ଚଳର ସୁରକ୍ଷା ବାହିନୀ ସର୍ବଦା ସଜାଗ ରହି ସ୍ଥାନୀୟ ବାସିନ୍ଦାଙ୍କ ସେବାରେ ଅଛନ୍ତି । ଏହି ପ୍ରୟାସ ନିଶ୍ଚିତ ଭାବରେ ମାଓବାଦୀ ସହୃଦୟ ବ୍ୟକ୍ତିଙ୍କୁ ବିମୁଦ୍ରୀକରଣ କରିବ ଏବଂ ସୁରକ୍ଷା ବାହିନୀ ପାଇଁ ଜନସାଧାରଣଙ୍କ ସମର୍ଥନ ମିଳିଛି | କାଲିମେଳା ଅଞ୍ଚଳ ଏକଦା ମାଓବାଦୀ ଆଡ୍ଡା ସ୍ଥଳି ଥିଲା ଏବଂ ଭେଜାଙ୍ଗିୱାଡା ଜଙ୍ଘଲ ମଧ୍ୟରେ ମାଓବାଦୀ ଏବଂ ସେମାନଙ୍କ ସହୃଦୟ ବ୍ୟକ୍ତି ମାନେ ଲୁଚି ରହୁଥିଲେ । ମାଓବାଦୀମାନେ ଏହି ଅଞ୍ଚଳରେ ବୋମା , ବିସ୍ଫୋରକ ସାମଗ୍ରୀ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଲୁଚାଇ ରଖୁଥିଲେ , ଯାହାକି ସେମାନେ ସାଧାରଣତ ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ସୁରକ୍ଷା ବାହିନୀ ଙ୍କ ବିରୁଦ୍ଧରେ ବ୍ୟବହାର କରୁଥିଲେ !ପ୍ରଶାନ୍ତ କୁମାର ବିହାରୀକାଲିମେଳା ବ୍ଲକ

Leave A Reply

Your email address will not be published.