mobile header

ଶହୀଦ ତାମ୍ମା ଦୋରା ଆଦିବାସୀ କ୍ଳବର ବୈଠକ।

କାଲିମେଳା , ୫/୬ :ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ କାଲିମେଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆମ୍ବାଗୁଡ଼ା ଗ୍ରାମଠାରେ ଶହୀଦ ତାମ୍ମା ଦୋରା ଆଦିବାସୀ କ୍ଲବର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ଲବ୍ ସଭାପତି ତଥା ପୂର୍ବତନ ସମିତି ଅଧ୍ୟକ୍ଷ ଗଙ୍ଗାଧର ସୋଡ଼ି ଏବଂ ସମ୍ପାଦକ ଦେବା ମାଡ଼କାମି ଏହାର ନେତୃତ୍ଵ ନେଇଥିବା ବେଳେ କାଲିମେଳା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରୁ ଶତାଧୂକ ମହିଳା ଓ ପୁରୁଷ କୋୟା ଜନଜାତି ଆତ୍ମାଗୁଡ଼ାଠାରେ ଏକତ୍ରିତ ହୋଇଥିଲେ । ଏଥିରେ ଲୋକପ୍ରତିନିଧି କ୍ଳବର ନେତମଣ୍ଡଳୀ , ବୁଦ୍ଧିଜୀବୀ , ଗ୍ରାମ ପେଦା ବା ମୁଖ୍ୟ , ସରକାରୀ କର୍ମଚାରୀ ପ୍ରମୁଖ ସାମିଲ ହୋଇଥିଲେ । ଆଦିବାସୀ ଗ୍ରାମଗୁଡ଼ିକର ପର୍ବପର୍ବାଣୀର ନୀତି ନିୟମ , ଆର୍ଥିକ ବିଭିନ୍ନ ସମସ୍ୟା , ଉନ୍ନତି , ସାମାଜିକ ଅଧିକାର , ଚାଷ ଓ ଭାଗ ଚାଷ ବିଷୟରେ ଆଲୋଚନା କରାଯାଇଥିଲା । ତା ଛଡ଼ା ମଦ ଓ ଖୁଡ଼ଖୁଡ଼ି ( ଜୁଆ ) ରୁ ଦୂରେଇ ରହିବା , ଛାତ୍ରଛାତ୍ରୀଙ୍କୁ ନିୟମିତ ବିଦ୍ୟାଳୟକୁ ପଠାଇବା , ବାହାଘର ପରେ ପୁଅ ଘର ପକ୍ଷରୁ ଝିଅ ଘରକୁ ଯାଇ କମ ଖର୍ଚ୍ଚରେ ଭୋଜିଦେବା , ଆଦିବାସୀ ଜମିକୁ ଅଣଆଦିବାସୀ ଭାଗରେ ନେଇ ପରବର୍ତ୍ତୀ ସମୟରେ ନିଜ ନାଁରେ ପଟ୍ଟା କରାଇନେବା , ଗୁଣିଗାରେଡ଼ି ଭଳି ଅନ୍ଧ ବିଶ୍ବାସକୁ ଦୂରକରିବା ଭଳି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ନେଇ ଆଲୋଚନା କରାଯାଇଥିଲା । ଏହି କ୍ଲବ ଆନୁକୂଲ୍ୟରେ ଆଗାମୀ ଦିନରେ ଆଠଟି ଗ୍ରାମପଞ୍ଚାୟତକୁ ନେଇ ମହାରାଜ ପାଲି ଗ୍ରାମଠାରେ ବୈଠକ କରାଯିବ ବୋଲି ଜଣାପଡ଼ିଛି ।ପ୍ରଶାନ୍ତ କୁମାର ବିହାରୀକାଲିମେଳା ବ୍ଲକ

Leave A Reply

Your email address will not be published.