mobile header

ଟ୍ରାକ୍ଟର ରୁ ଖସି ନାବାଳିକା ଶ୍ରମିକ ଗୁରୁତର

 କାଲିମେଳା , ୬୬ : ଏମ୍‌ଭି – ୭୯ ଥାନା ଅନ୍ତର୍ଗତ ଏମ୍‌ପିଭି – ୭୭ ଗ୍ରାମର ବିଦ୍ୟାଳୟ ନିକଟରେ ଟ୍ରାକ୍ଟର ଦୁର୍ଘଟଣା ଘଟି ଜଣେ ନାବାଳିକା ଶ୍ରମିକଙ୍କ ଅଣ୍ଟା ଭାଙ୍ଗିବା ସହ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି କାଲିମେଳା ଗୋଷ୍ଠୀ ଡାକ୍ତରଖାନାକୁ ଖାନାଳରେ ଏକ ମାସରେ ଆସୁଛି । ଘଟଣାରୁ  ମିଳିଥିବା ସୂଚନଅନୁଯାଇ, ଏମପିଭି ୭୭ ଗ୍ରାମର ତପନ ସରକାରଙ୍କ ଟ୍ରାକ୍ଟର ( ଓଡି ୩୦ ଏ ୫୦୧୭ ) ଶିଙ୍ଗାୱାରାମ ଗ୍ରାମର ଡ୍ରାଇଭର ବଞ୍ଜା କବାସି ୭ ଜଣ ଆଦିବାସୀ ଯୁବତୀଙ୍କୁ ନେଇ ଆଜି ଅପରାହ୍ନ ୪ଟାରେ ଶୁଖୁଲା ଗୋବର ଲୋଡ୍ କରି ଜମିକୁ ନେଉଥିଲେ । ଏହି ଯୁବତୀମାନେ ନିକଟସ୍ଥ ପରଜାଗୁଡ଼ା ଗ୍ରାମର ବୋଲି ଜଣାପଡ଼ିଥିବା ବେଳେ ଏମାନଙ୍କ ମଧ୍ୟରେ କେତେକ ନାବାଳିକା ଶ୍ରମିକ ମଧ୍ୟ ଥିଲେ । ଏହି ସମୟରେ ଏମ୍‌ପିଭି – ୭୭ ଗ୍ରାମ ବିଦ୍ୟାଳୟ ନିକଟରେ ଟ୍ରାକ୍ଟର ଡାଲାରୁ ଉକ୍ତ ନାବାଳିକା ଶ୍ରମିକ ତଳେ ପଡ଼ିଯାଇଥିଲେ । ସେହି ସମୟରେ ତାଙ୍କ ଅଣ୍ଟା ଉପରେ ଡାଲାର ଚକା ମାଡ଼ି ଯାଇଥିବା ଜଣାପଡ଼ିଛି । ଯାହାଫଳରେ ନାବାଳିକାର ଅଣ୍ଟା ଭାଙ୍ଗି ଗୁରୁତର ଆହତ ହୋଇଥିଲେ । ଆହତ ନାବାଳିକା ଧନେଇ ଖରା ( ୧୪ ) ଏବଂ ତାଙ୍କ ବାପାଙ୍କ ନାମ ଧନ ଖରା ବୋଲି ଜଣାପଡ଼ିଛି । 

ପ୍ରଶାନ୍ତ କୁମାର ବିହାରୀ

କାଲିମେଳା ବ୍ଲକ

Leave A Reply

Your email address will not be published.