mobile header

ବନ ବିଭାଗ ଦ୍ଵାରା ବିପୁଳ କାଠ ଜବତ , ଜଣେ ଗିରଫ


ମାଲକାନଗିରି,୧୫।୬():ମାଲକାନଗିରି ବନ ବିଭାଗ ରେଞ୍ଜର ଜଗନ୍ନାଥ ବିଶୋଇ ଏକ ବିଶେଷ ସୂତ୍ରରୁ ଏମ୍ଭି ୧୯ ଗ୍ରାମରେ ଚୋରା କାଠ ଗଛିତ ଥିବା ଖବର ପାଇଥିଲେ । ଏହାପରେ ଶ୍ରୀ ବିଶୋଇ ଏକ ଟିମ ନେଇ ସେଠାରେ ଚଢଉ କରିଥିଲେ । ଏହି ସମୟରେ ଗ୍ରାମର ବଳରାମ ହିଆଲ ନାମକ ବ୍ୟକ୍ତିଙ୍କ ଘରେ ପ୍ରାୟ ୧୦୦ ଗୋଟି ମୂଲ୍ୟବାନ କାଠ ପଟା ଗଛିତ ଥିବା ସେମାନେ ଦେଖି ସେଗୁଡିକୁ ଜବତ କରିଥିଲେ । ଏହାସହ ବଳରାମଙ୍କୁ ମଧ୍ୟ ଗିରଫ କରିଥିଲେ । ତେବେ ଜବତ କାଠର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏହି କାଠ ଗୁଡିକୁ ଅଭିଯୁକ୍ତ ଜଣଙ୍କ ଚୋରାରେ ବିକ୍ରି କରିବା ପାଇଁ ରଖିଥିବା ବନ ବିଭାଗ ପକ୍ଷରୁ କୁହା ଯାଇଛି ।

Leave A Reply

Your email address will not be published.