ଫୁଲବାଣୀ -15/6(ସୁନୀଲ ପଟନାୟକ )
ରାଜ୍ୟ ସରକାର ଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଲୋକ କଳା ଲୋକ ସଂଗୀତ ଓ ସଂସ୍କୃତି ର ସୁରକ୍ଷା ପାଇଁ ଜିଲାରେ କଳା ଓ ଭାଗବତ ଟୁଙ୍ଗୀର ପୁନଃ ଉଦ୍ଧାର, ଲୋକ କଳାକାର ଙ୍କୁ ଇ ପଞ୍ଜିକରଣ ମାଧ୍ୟମରେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି l
ଏହି ପରିପ୍ରେକ୍ଷୀରେ ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା ବ୍ଲକର ବିଭିନ୍ନ ଗାଁ କୁ ଯାଇ ଲୋକ କଳାକାର ଙ୍କ ସହିତ ଭେଟିବା ସହିତ ଭାଗବତ ଟୁଙ୍ଗୀର ପୁନଃ ଉଦ୍ଧାର ପାଇଁ ସର୍ଭେ କରୁଥିବା ଦେଖିବାକୁ ମିଳିଛି l
ଆସନ୍ତା ଜୁନ ୨0 ତାରିଖ ପଞ୍ଜିକରଣ ର ଶେଷ ଦିନ ହୋଇଥିବାରୁ କିଭଳି ଅଧିକ ସଂଖ୍ୟାକ କଳାକାର ଦଳ ପଞ୍ଜିକରଣ କରିପାରିବେ ସେ ନେଇ ପ୍ରୟାସ ଜାରି ରଖିଛନ୍ତି l ରଜ ସଂକ୍ରାନ୍ତି ଅବସରରେ ମିଡ଼ିଆକିଆ ଗ୍ରାମ ପଂଚାୟତ ର ମାସିକ ସତସଙ୍ଗ ଭାଗବତ ପରାୟଣ କାର୍ଯ୍ୟକ୍ରମ ରେ ଯୋଗଦେଇ କଳା ସଂସ୍କୃତି ଓ ଭାଗବତ ଟୁଙ୍ଗୀ ର ପୁନଃ ଉଦ୍ଧାର ପାଇଁ ଅବଗତ କରିଥିଲେ ବାରଖମା ର ବରିଷ୍ଠ କଳାକାର ତଥା ଦଣ୍ଡନୃତ୍ୟ ଗୁରୁ ପ୍ରକାଶ କୁମାର ସାହୁ ସହଯୋଗ କରିଥିଲେ l
