mobile header

ବି ଇ ଓ ଙ୍କ ପ୍ରତିଶୃତି ପରେ
ପ୍ରାଥମିକ ସ୍କୁଲ ବନ୍ଦ ପ୍ରତିବାଦ ରେ ବିକ୍ଷୋଭ ହଟିଲା


ଫୁଲବାଣୀ -16/6(ସୁନୀଲ ପଟନାୟକ )
ସରକାର ପ୍ରାଥମିକ ସ୍କୁଲ ବନ୍ଦ କରିଦେବା ପ୍ରତିବାଦ ରେ ଅଭିଭାବକ, ଓ ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଏଭଳି ଅଭିଯୋଗ ଅସିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଚାହାଳୀ ଅନ୍ତର୍ଗତ ଗୁଡ଼ରି ସାହି ରେ lତେଵେ ବି ଈଓ ଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି l
ସୂଚନା ଯୋଗ୍ୟ ଯେ, ଆବଶ୍ୟକତl ଦୃଷ୍ଟିରୁ ସରକାର 2008ରେ ଏକ ପ୍ରାଥମିକ ସ୍କୁଲ ପ୍ରତିଷ୍ଠା କରିଥିଲେl ଅବିଭାବକ ମନେ ପିଲାମାନଙ୍କୁ ଆଡ଼ମିସନ ବି କରିଥିଲେ l ପିଲାଏ ଘର ପାଖ ହୋଇଥିବାରୁ ନିୟମିତ ସ୍କୁଲ ଆସି ପାଠ ପଢୁଥିଲେ l
ହେଲେ ସରକାରଙ୍କ ନିୟମ ପ୍ରକାରେ ୧୫ ରୁ କମ ସଂଖ୍ୟକ ପିଲା ଥିବାରୁ ଏହି ସ୍କୁଲ କୁ ବନ୍ଦ କରିବାଲାଗି ଶିକ୍ଷା ବିଭାଗ ନିଷ୍ପତି ନେଇଥିଲା lଆଉ ଏହି ସ୍କୁଲ କୁ ରୂପାଗାଁ ପ୍ରକଳ୍ପ ସ୍କୁଲ ରେ ମିଶ୍ରଣ କରାଯାଥିଲା l
ଏହାକୁ ବିରୋଧ କରିଥିଲେ ଗ୍ରାମବାସି lଜିଲାପାଳ ଙ୍କ ଠୁ ଆରମ୍ଭ କରି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଜଣାଇଥିଲେ l
ଫଳରେ ବିଡ଼ିଓ ଅନିଲ ପଟନାୟକ ଫେବୃଆରୀ ୯, ୨0୨ ୧ ରେ ତଦନ୍ତ କରିବାକୁ ଯାଇଥିଲେ l ସେତେବେଳେ ସ୍କୁଲ ରେ ୧୮ ଜଣ ପିଲାଥିବାର ଦେଖିଥିଲେ lଆଉ ରିପୋର୍ଟ ରେ କୁଆଡେ ସ୍କୁଲ ଚାଲୁ କରିବା କୁ ଦର୍ଶାଇଥିଲେ l ତେଵେ ଏଯାଏଁ ସ୍କୁଲ ଚାଲୁ କରିବା ନେଇ ସରକାରୀ ଚିଠି ନ ଆସିବା ଫଳରେ ବାଧ୍ୟ ହୋଇ ଅବିଭାବକ ମାନେ ଆନ୍ଦୋଳନ କୁ ଓଲ୍ହାଇଥିଲେ lବ୍ଲକ ଶିକ୍ଷାଅଧିକାରୀ ନାଗେଶ୍ୱର ପ୍ରଧାନ ଖବର ପାଇ ଘଟଣା ସ୍ଥଳ ରେ ପହଂଚି ଏ ନେଇ ସରକାରଙ୍କୁ ଅବଗତ କରାଇବେ ବୋଲି ପ୍ରତିଶୃତି ଦେବାପରେ ରାସ୍ତା ଅବରୋଧ ଓ ବିକ୍ଷୋଭ ହଟିଥିଲା l ହେଲେ ଆସନ୍ତା
୩ 0ସୁଦ୍ଧା ସରକାର କୌଣସି ପଦକ୍ଷେପ ନନେଲେ ପୁନର୍ବାର ଆନ୍ଦୋଳନ କରାଯିବ ବୋଲି ଅବିଭାବକମlନେ ଧମକ ଦେଇଛନ୍ତି l

Leave A Reply

Your email address will not be published.