ମାଲକାନଗିରି,୧୫/୬: ମାଲକାନଗିରି ଥାନା ଅନ୍ତର୍ଗତ ଭଣ୍ଡାରିପାଙ୍ଗାମ ପଞ୍ଚାୟତର ମାଦିଗୁଡାରେ ଗତ ଏପ୍ରିଲ ମାସର ୧୬ ତାରିଖରେ ମାନସ କୁମାର ପରିଡାଙ୍କ ଘରେ କିଛି ଡକାୟତ ଜବରଦସ୍ତ ପଶି ତାଂକ ଘରୁ ସୁନା ଅଳଙ୍କାର ଲୁଟ କରି ନେଇଯାଇଥିଲେ।ଏନେଇ ମାଲକାନଗିରି ଥାନାରେ ଏତଲା ଦେବା ପରେ ଆଇଆଇସି ରିଗାନ କିଣ୍ଡୋ ନେତୃତ୍ବରେ ଡକାୟତଙ୍କୁ ଧରିବାକୁ ଏକ ଟିମ ଗଠନ କରାଯାଇ ଏହାକୁ ପର୍ଦଫାସ କରିଛି।
![](https://gaonrusahar.com/wp-content/uploads/2022/06/IMG-20220615-WA0058-1024x768.jpg)
ମାଲକାନଗିରିର ଟୁନୁ ସଗଡିଆଏହି ଡକାୟତି ଘଟଣାରେ ସାମିଲ ଥିବା ଜାଣିବା ପରେ ତାକୁ ଅତି ଚତୁରତାର ସହ ଗିରଫ କରିଛି।ଏହି ଡକାୟତି ଘଟଣାରେ ଗିରଫ ହୋଇଥିବା ଟୁନୁ ଠାରୁ ୭୮.୭୮୦ ଗ୍ରାମର ସୁନା ପୁଲିସ ଜବତ କରିଛି।ଟୁନୁ ସଗଡିଆଙ୍କୁ ଗିରଫ ପରେ ତାକୁ ପୁଲିସ ଏଥିରେ ସଂପୃକ୍ତ ଥିବା ଅନ୍ୟମାନଙ୍କ ସଂପର୍କରେ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଛି।ଜବତ ହୋଇଥିବା ସୁନାକୁ ତାର ମାଲିକଙ୍କୁ ହସ୍ତାନ୍ତର କରାଯାଇଛି।