ଆଇଏଏସ ସ୍ତରରେ ଅଦଳବଦଳ, ବଦଳିଲେ ୧୧ ଜିଲାପାଳ ଓ ୩ ମହାନଗର ନିଗମ କମିଶନର

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଜିଲାପାଳ ଓ ଆଇଏଏସସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୧୧ଟି ଜିଲାର ଜିଲାପାଳଙ୍କ ସମେତ ଭୁବନେଶ୍ୱର,କଟକ ଓ ବ୍ରହ୍ମପୁର ମହାନଗର ନିଗମର କମିଶନରଙ୍କୁ ମଧ୍ୟ ବଦଳି କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଗଞ୍ଜାମ ଜିଲାପାଳ ତଥା ୨୦୧୩ ବ୍ୟାଚ୍ ଆଇଏଏସ୍ ବିଜୟ ଅମୃତ କୁଲାଙ୍ଗେଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ବଦଳି କରାଯାଇଛି। ଦିବ୍ୟଜ୍ୟୋତି ପରିଡ଼ା ହେଲେ ଗଞ୍ଜାମ ଜିଲାପାଳ। ପ୍ରେମଚନ୍ଦ୍ର ଚୌଧୁରୀ ହେଲେ କୃଷି ନିର୍ଦେଶକ। କେ.ସୁଦର୍ଶନ ଚକ୍ରବର୍ତ୍ତି ହେଲେ ଖୋର୍ଦ୍ଧା ଜିଲାପାଳ। ଗାଭାଲି ପରାଗ ହର୍ଷଦ ହେଲେ ସୁନ୍ଦରଗଡ଼ ଜିଲାପାଳ। ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ହେଲେ ବାଲେଶ୍ବର ଜିଲାପାଳ। କନ୍ଧମାଳ ଜିଲାପାଳ ଡି.ବୃନ୍ଦା ହେଲେ ଓଏସଏମ୍‌ସିଏଲ ପରିଚାଳନା ନିର୍ଦେଶକ। ଅନନ୍ୟା ଦାସ ହେଲେ ସମ୍ବଲପୁର ଜିଲାପାଳ। ତ୍ରିଲୋଚନ ମାଝୀ ହେଲେ ରାଜସ୍ବ ବିଭାଗ ସ୍ବତନ୍ତ୍ର ସଚିବ। ସୂର୍ଯ୍ୟବଂଶୀ ମୟୂର ବିକାଶ ହେଲେ ଭୁବନେଶ୍ବର ମହାନଗର ନିଗମ ଅତିରିକ୍ତ କମିଶନର। ସ୍ବଧା ଦେବସିଂ ହେଲେ ରାୟଗଡ଼ା ଜିଲାପାଳ। ସିଦ୍ଧେଶ୍ବର ବଳିରାମ ବୋନ୍ଦର ହେଲେ ଭଦ୍ରକ ଜିଲାପାଳ। କୀର୍ତ୍ତି ଭାସନ ହେଲେ ଗଞ୍ଜାମ ପିଡି ଡିଆରଡିଏ। ସଂଗ୍ରାମ କେଶରୀ ମହାପାତ୍ର ହେଲେ ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ନିର୍ଦେଶକ। ସରୋଜ କୁମାର ମିଶ୍ର ହେଲେ ଅର୍ଥ ବିଭାଗ ସ୍ବତନ୍ତ୍ର ସଚିବ। ସୋମେଶ କୁମାର ଉପାଧ୍ୟାୟ ହେଲେ ଦେବଗଡ଼ ଜିଲାପାଳ। ଜେ.ସୋନାଲ ହେଲେ ବ୍ରହ୍ମପୁର ମହାନଗର ନିଗମ କମିଶନର। ନିଖିଲ ପବନ କଲ୍ୟାଣ ହେଲେ କଟକ ମହାନଗର ନିଗମ କମିଶନର। ପାଟିଲ ଆଶିଷ ଈଶ୍ବର ହେଲେ କନ୍ଧମାଳ ଜିଲାପାଳ। ମଧୁସ୍ମିତା ସାହୁ ହେଲେ ରାଜସ୍ବ ବିଭାଗ ଯୁଗ୍ମ ସଚିବ। ପି.ଅନ୍ବେଷା ରେଡ୍ଡୀ ହେଲେ କଳାହାଣ୍ଡି ଜିଲାପାଳ। ଅକ୍ଷୟ ସୁନୀଲ ଅଗ୍ରୱାଲ ହେଲେ ଜିଏ ବିଭାଗ ଅନୁସଚିବ। ସୁଧାଂଶୁ ସାମଲ ହେଲେ ଜଳ ସମ୍ପଦ ବିଭାଗ ଯୁଗ୍ମ ସଚିବ। ହେମକାନ୍ତ ସାଏ ହେଲେ ନୂଆପଡ଼ା ଜିଲାପାଳ।

Leave A Reply

Your email address will not be published.