mobile header

ରାଜ୍ୟ କଂଗ୍ରେସ ସଭାପତି ଙ୍କ ଗସ୍ତ କୁ ନେଇ ପ୍ରସ୍ତୁତି ବୈଠକ।

ଆଜି ବାରିପଦା ସ୍ଥିତ ହୋଟେଲ ଦିବ୍ୟା ପେଲସ୍ କନଫରେନ୍ସ ହଲ୍ ଠାରେ ନବ ନିଯୁକ୍ତ ରାଜ୍ୟ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ୨୮ ତାରିଖ ମୟୁରଭଞ୍ଜ (ବାରିପଦା) ଗସ୍ତ କୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ଶ୍ରୀ ହେମନ୍ତ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ୨୭ ତାରିଖରେ ତାଙ୍କୁ ପାଲବଣି ଠାରେ ଟାଉନ ସଭାପତି ଶ୍ରୀ ଶାନ୍ତନୁ ପାଲ ଙ୍କ ସହିତ ଯୁବ ସଭାପତି, ଛାତ୍ର ସଭାପତି, ମହିଳା କଂଗ୍ରେସ ସଭାପତି, ଜିଲ୍ଲା ସଭାପତି ଶ୍ରୀ ହେମନ୍ତ ଦାସ, ପୂର୍ବତନ ଏମ୍ ପି ଶୁଶ୍ରୀ ଶୁଶିଳା ତିରିଆ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସରସ୍ଵତୀ ହେମ୍ବ୍ରମ, ବରିଷ୍ଠ ନେତା ବିଜନ ଦାସ, ରାଜ୍ୟ ସଂପାଦକ ପ୍ରଭାସ କର ମହାପାତ୍ର, ପୂର୍ବତନ ରାଜ୍ୟ ସଂପାଦକ ଯୋଗେଶ ଅଗ୍ରୱାଲ, ଉପସଭାପତି ଅରବିନ୍ଦ ଦାସ, ସମସ୍ତ ସେଲ୍ ର ଅଧ୍ୟକ୍ଷ ଓ ଅନ୍ୟ ସମସ୍ତ ନେତୃବୃନ୍ଦ ମାନେ ପାଲବଣି ଠାରେ ଫୁଲ ତୋଡା ଦେଇ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି। ୨୮ ତାରିଖ ଦିନ ଏକ ମଟର ସାଇକେଲ ରେଲି ରେ ଟାଉନ ପରିକ୍ରମା କରି ମିଟିଂ ସ୍ଥଳ କୁ ନେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ମିଟିଂ ପରେ ସେ ଦିନ ୪ ଟା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ଓ ପରେ ଜିଲ୍ଲା ର ସମସ୍ତ ନେତୃବୃନ୍ଦ ଓ କର୍ମୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।ଆଜିର ଏହି କାର୍ଯ୍ୟକ୍ରମ ଓ ବୈଠକ ରେ ଜିଲ୍ଲା ସଭାପତି ଶ୍ରୀ ହେମନ୍ତ ଦାସ, ପୂର୍ବତନ ଏମ୍ ପି ଶୁଶ୍ରୀ ଶୁଶିଳା ତିରିଆ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସରସ୍ଵତୀ ହେମ୍ବ୍ରମ, ବରିଷ୍ଠ ନେତା ବିଜନ ଦାସ, ନଗର କଂଗ୍ରେସ ସଭାପତି ଶ୍ରୀ ଶାନ୍ତନୁ ପାଲ, ମହିଳା ସଭାନେତ୍ରୀ ସୁସ୍ମିତା ଘୋସାଲ, ଯୁବ ସଭାପତି ଅଂଶୁମାନ ଦାସ, ଛାତ୍ର ସଭାପତି ମୋତି ପ୍ରକାଶ ଦାସ, ପୂର୍ବତନ ସଂପାଦକ ନିରୋଜ ଦାସ, ଉପସଭାପତି ଅରବିନ୍ଦ ଦାସ,ଏସ ସି ସେଲ ଅଧ୍ୟକ୍ଷ ସଂଜୟ ସେଠୀ,ସୁଦୀପ ମନ୍ତ୍ରୀ, ପ୍ରଦୀପ ଦାସ,ଏସ୍ କେ ମୁସ୍ତଫା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.