
ଫୁଲବାଣୀ-୩୦/୬ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ମନମାନୀ । ଟାଟା ପାୱ।ର ହାତକୁ ନେବା ପରେ ଗ୍ରାହକମାନଙ୍କ ଉପରେ ଜୁଲମ ବଢିଯାଇଛି । ଗ୍ରାହକମ।ନଙ୍କୁ ଶୋଷଣ କରାଯାଉଛି । ମନଇଛ। ଜବରଦସ୍ତ ଅଧିକ ଟଙ୍କା ପକାଇ ବିଲ ଆସୁଛି। ବିଲ ନ ପଇଠ କଲେ ଲାଇନ କାଟ ନିଶ୍ଚିତ । ଅଭିଯୋଗ କଲେ ଶୁଣୁଛି ବା କିଏ ?ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି କନ୍ଧମାଳ ଜିଲ୍ଲା ଶଙ୍କରା ଖୋଲ ପଞ୍ଚାୟତର ସିକପଡ଼ା ଗ୍ରାମରେ ।ଗ୍ରାମର ରଂଜନ କହଁର ନାମକ ଜଣେଆଦିବାସୀ ଚାଷୀ ଚାଷବାସ କରି ଚଳୁଥିଲେ । ବିପିଏଲ ପରିବାର ହୋଇଥିବାରୁ ଦଶ ବର୍ଷ ତଳେ ସରକାରକୁଆଡେ ମାଗଣାରେ ବିଦ୍ୟୁତ ସଂଯୋଗ ମଧ୍ୟ ଯୋଗାଇ ଦେଇଥିଲେ।ତେବେ ସେ ବିଦ୍ୟୁତ ବ୍ୟବହାର କରିବାସହ ମୋଟର ଯୋଗେ ପାଣି ଆଣି ପନିପରିବା ଚାଷ ବାସ ମଧ୍ୟ କରିଆସୁଥିଲେ। ବିଦ୍ୟୁତ ଦେୟମଧ୍ୟ ଠିକ ଠାକ ପଇଠ ମଧ୍ୟ କରୁଥିଲେ ।ହେଲେ ବିଦ୍ୟୁତ ବିଭାଗର ଭିଜିଲାନ୍ସ ସ୍କ୍ୱାର୍ଡ ଗ୍ରାମରେ ପହଞ୍ଚି ରଂଜନଙ୍କୁ ମୋଟା ଅଙ୍କର ଲାଞ୍ଚ ମାରିଥିଲେ । ଆଉ ସେ ଏତେ ଟଙ୍କା ଲାଞ୍ଚ ଦେଇପାରିବେନି ବୋଲି କହିବାରୁ ସେ ବାଇପାସଲାଇନ ନେଇଛନ୍ତି ,ହୁକପକାଇ ବେ ଆଇନ ବିଦ୍ୟୁତ ବ୍ୟବହାର କରୁଥିବା ଦର୍ଶ।ଇ ଗତ ୨୯/୧୦ରେ ପ୍ରାୟ ୫୦ ହଜାର ଟଙ୍କା ପାଖାପାଖି ଜରିମାନା ଦେବାଲାଗି କହିଥିଲେ । ଆଉ ସବୁ ଟଙ୍କା ଦେବାତତକ୍ଷଣାତ ଦେବା ଲାଗି ବାଧ୍ୟ କରିଥିଲେ ।ହେଲେ ସେ ଗରିବ ନାମ ମାତ୍ର ଚାଷୀ, ଏତେଗୁଡାଏ ଟଙ୍କା କେଉଁଠୁ ଆଣିବେ ବୋଲି କହିଥିଲେ । ଏପରି ସ୍ଥଳେ ସେ କେତେ ନେହୁରା ହୋଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ ସ୍କ୍ୱାଡ଼ କର୍ମଚାରୀ ଶୁଣିନଥିଲେ। ତେବେ ଘରେ ରଂଜନଙ୍କ ବୋହୁ ଏକାକୀ ଥିବାବେଳେ ଗତ ମାର୍ଚ୍ଚ ୧୦ ତାରିଖ ଦିନ ପୁଣି ରଂଜନଙ୍କ ଘରକୁ ଯାଇ ଲାଇନ ବିଛିନ୍ନ କରିବା ସହ ମିଟର ସବୁ ଉପାଡି ନେଇଯାଇଥିଲେ ବୋଲି ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ରଂଜନ ଓ ତାଙ୍କ ସ୍ତ୍ରୀ ଚନ୍ଦନୀ କହଁର,ତାଙ୍କ ପୁଅ ବୋହୁ ଅଭିଯୋଗ କରିଛନ୍ତି । ସେ ବିଦ୍ୟୁତ ଦେୟ ପ୍ରତିମାସରେ ପଇଠ କରିଆସୁଛନ୍ତି । ତାଙ୍କ ଲାଇନକୁ ଉଦ୍ଦେଶ୍ୟମୂଳକ ଭାବେ କାଟି ହଇରାଣ ହରକତ କରୁଥିବା ଅଭିଯୋଗ ଆଣିଛନ୍ତି । ମୋଟର ଯୋଗେ ପାଣି ଆଣି ଚାଷ କରି ଚଳୁଥିବା ରଂଜନ ଏବେ କଣ କରିବେ କିପରି ଚଳିବେ ସେ ନେଇ ଚିନ୍ତାରେ ଅଛନ୍ତି । ଏନେଇ ସେ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି।ଏ ସଂପର୍କରେ ବିଦ୍ୟୁତ ବିଭାଗନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ଅଭିଯୋଗରତଦନ୍ତ କରିବେ ବୋଲି କହିଛନ୍ତି।ଆଦିବାସୀ ଚାଷୀ ରଂଜନଙ୍କ ପରିବାରକୁ କେବେ ନ୍ୟାୟ ମିଳୁଛି ତାହା ଦେଖିବାର କଥା।