mobile header

ନିଜ ଜୀବନ କୁ ବାଜି ଲଗାଇ ଅସୁରକ୍ଷିତ ଅବସ୍ଥାରେ ସ୍କୁଲ କୁ ଯାଉଛନ୍ତି ସ୍କୁଲ ଦଦରା ବସ୍ ଜରିଆରେ

ମାଲକାନଗିରି: ୩୦/୦୬/୨୨ ମାଲକାନଗିରି ଜିଲ୍ଲା ଆଦିବାସୀ ଇଲାକାରେ କିଭଳି ଚାଲିଛି ଶିକ୍ଷା ବ୍ୟବସ୍ଥା ,ଭଙ୍ଗା ଦଦରା ବସ ରେ ଲଦା ଲଦୀ ହୋଇ ଯାଉଛନ୍ତି ୧୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ,ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ସଦର ମହକୁମା ର ମାଲ୍ୟାବନ୍ତ ଆଶ୍ରମ ବିଦ୍ୟାଳୟ ର ଚିତ୍ର । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏମିତି ବିପଦ ସଂକୁଳ ଯାତ୍ରା ରଖିବା ପାଇଁ ବାରମ୍ବାର ତାଗିତ କରାଯାଉଛି ,ହେଲେ ମଧ୍ୟ ଫଳ କିଛିନାହିଁ । ଓଡିଶା ସରକାରଙ୍କ ଅନୁଶ୍ୟା ଯୋଜନାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ଗରିବ ଅସହାୟ ପିଲାଙ୍କୁ ସଦର ମହକୁମା ର ବିଭିନ୍ନ ଆଶ୍ରମ ବିଦ୍ୟାଳୟରେ ରଖାଯାଇ ସେମାନଙ୍କୁ ବିଭିନ୍ନ ବିଦ୍ୟାଳୟ କୁ ପଠାଯାଉଛି ପରିବହନ ପାଇଁ ୨୦୧୨ ରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ପକ୍ଷରୁ ଯୋଗାଇ ଦିଆ ଯାଇଛି ।ତେବେ ୨୦୧୩ ଠାରୁ ଉକ୍ତ ସ୍କୁଲ ବସ ର କୌଣସି ଇନ୍ସୁରାନ୍ସ କିମ୍ଭା ଫିଟ୍ ନେସ୍ ନ କରି ଭୁଲି ଗଲେ ଉକ୍ତ ପିଲାଙ୍କ ଦାଇତ୍ୱ ରେ ଥିବା ଅଧିକାରୀମାନେ ।ମାଲ୍ୟାବନ୍ତ ଆଶ୍ରମ ବିଦ୍ୟାଳୟ ର ୩୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାଲକାନଗିରି ସଦର ମହକୁମା ର ୭ଟି ବିଦ୍ୟାଳୟ ରେ ପାଠ ପଢିବା ପାଇଁ ଦୈନିକ ଏହି ଦଦରା ସ୍କୁଲ ବସ ରେ ଯାଉଛନ୍ତି । ଏହି ଭଳି ଦୃଶ୍ୟ ଦେଖି ମାଲକାନଗିରି ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ସମସ୍ୟା ନେଇ ମାଲକାନଗିରି ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ଙ୍କୁ ଯୋଗାଯୋଗ କରିବାରୁ ଯଥା ଶୀଘ୍ର ସ୍କୁଲ ବସ୍ ଗୁଡିକର ଫିଟ୍ ନେସ୍ ଓ ଇନ୍ସୁରାନ୍ସ କରାଯିବ କହିଲେ ।

Leave A Reply

Your email address will not be published.