mobile header

ଦେଶିଆ ଭାଷାକୁ ନେଇ ଇ-ପାଠଚକ୍ର

ମାଲକାନଗିରି: ୦୫/୦୭/୨୨ ମାଲକାନଗିରି ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ମାଲକାନଗିରି ଶାଖା ଆନୁକୂଲ୍ୟରେ ଏହାର ବିଚାରଧାରା ବିଭାଗ ଦ୍ଵାରା ଏକାଦଶତମ ଇ-ପାଠଚକ୍ର କୋରାପୁଟର ଦେଶିଆ ଭାଷା ଉପରେ ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଶହୀଦ ଲକ୍ଷ୍ମଣନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବୈପାରିଗୁଡା ର ଓଡ଼ିଆ ଅଧ୍ୟପକ ଡଃ ସଦାନନ୍ଦ ଅଢାରି କୋରାପୁଟର ଦେଶିଆ ଭାଷା ଉପରେ ନିଜର ଗବେଷଣା ଲବ୍ଧ ବକ୍ତବ୍ୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା ଲୋକସଂସଦ ଶାଖ ର ସମ୍ପାଦକ ଡଃ ରଂଜନକୁମାର ସ୍ବାଇଁ ସଭାପତିତ୍ୱ କରିଥିଲେ।ଶିକ୍ଷକ ପ୍ରମୋଦ କୁମାର ସେନାପତି ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକସଂସଦର ଆଜୀବନ ସଦସ୍ୟା ସାଧନା ମଣ୍ଡଳ ମନ୍ତ୍ର ପାଠ କରିଥିଲେ।ପାଠଚକ୍ର ପ୍ରାରମ୍ଭରେ ସଂସାରୀ ଲେଙ୍କା ବିବେକବାଣୀ ପାଠ କରିଥିବା ବେଳେ ଦୀପ୍ତି ରେଖା ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।ସଭା ସମାପ୍ତି ରେ ଅଙ୍ଗୁରବାଳl ସ୍ବାଇଁ ମନ୍ତ୍ରପାଠ କରିଥିଲେ ।ଆଭାସି ଇ-ପାଠଚକ୍ର ରେ ଜିଲ୍ଲା ତଥା ସମଗ୍ର ରାଜ୍ୟରୁ ୪୦ରୁ ଉର୍ଦ୍ଧ୍ବ ସଦସ୍ୟ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.