ଫୁଲବାଣୀ ବନ ବିଭାଗ ପକ୍ଷରୁ ନବୋଦୟ ବିଦ୍ୟାଳୟ ରେ ୭୩ ତମ ବନ ମହୋତ୍ସବ


ଫୁଲବାଣୀ 06/7
କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫୁଲବାଣୀ ବନ ବିଭାଗ ରେଞ୍ଜ ପକ୍ଷରୁ ବୁଧବାର ନବଦ୍ଵୟ ବିଦ୍ୟାଳୟ ପରିସର ରେ ୭୩ ତମ ବନମହୋତ୍ସବ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ କନ୍ଧମାଳ ଜିଲ୍ଲାଦୌରା ଜଜ ସିତି କାନ୍ତ ସାମଲ, ଯୋଗଦେଇ ଥିବା ବେଳେକନ୍ଧମାଳ ଫେମିଲି କୋର୍ଟ ଜଜ ସ୍ମୃତି ଲେଙ୍କା ଵାଟିକ, ଅତିରିକ୍ତ ଦୌରାଜଜ ସନ୍ତୋଷ ଜେନା, ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ଭାସ୍କର ଚନ୍ଦ୍ର ସାହୁ, ଫାଷ୍ଟ ଟ୍ରାକ କୋର୍ଟ ବିଚାର ପତି ସଂଜିତ ବେହେରା, ପୋକସୋ କୋର୍ଟ ବିଚାରପତି ସଙ୍କିତ ପାତ୍ର,ସେକ୍ରେଟେରୀ, ଲିଗାଲ ଏଡ, ଶ୍ରୀମତୀ ରମାଦେବୀ ସୋରେନ ରେଜିଷ୍ଟ୍ରାର ସି ଏ. ଦେଶ ପ୍ରିୟ ବାରିକ ପ୍ରମୁଖ ଙ୍କ ସମେତ ବହୁଅଧିକାରୀ ଯୋଗ ଦେଇ ଜଙ୍ଗଲ ସୁରକ୍ଷା କରିବା ସହ ଅଧିକ ରୂ ଅଧିକ ବୃକ୍ଷରୋପଣ କରିବାଲାଗି ଛାତ୍ର ଛାତ୍ରୀ ଙ୍କୁ
ପରାମର୍ଶ ଦେଇଥିଲେ lସେହିପରି
ଜଙ୍ଗଲ ରେ ନିଆଁ ନଲଗାଇବା ବନ୍ୟ ଜନ୍ତୁ ର ସୁରକ୍ଷା କରିବାନେଇ ସଚେତନ କରିଥିଲେ lଆଉ ପ୍ରତ୍ୟେକ ଲୋକ ନିଜ ଜୀବନ କାଳରେ କିଛିକିଛି ଗଛ ଲଗାଇଵା ସହ ତାକୁ ବଞ୍ଚାଇରଖିଲେ ଭବିଷ୍ୟ ପିଢ଼ି ପରିବେଶ ପ୍ରଦୂଷଣ ରୂ ରକ୍ଷା ପାଇବେ ବୋଲି ମଧ୍ୟ କହିଥିଲେ lଏହି କାର୍ଯ୍ୟକ୍ରମ ରେ ଵିଦ୍ୟାଳୟର ଅଧ୍ୟକ୍ଷ ଙ୍କ ସମେତ ସ୍ଵେଛା ସେବୀ ଅଶୋକ ପ୍ରଧାନ ଓ ବହୁ ପଦସ୍ତ ଅଧିକାରୀ ଙ୍କ ସମେତ ଛାତ୍ର, ଛାତ୍ରୀ, ଅବିଭାବକ, ବନ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ l

Leave A Reply

Your email address will not be published.