mobile header

୭୩ତମ ବନ ମହୋତ୍ସବ ପାଳିତ ହେଲା

କାଲିମେଳା , ୬ / ୭ : କାଲିମେଳା ବ୍ଲକ୍ ଅନ୍ତର୍ଗତ ଜବାନପାଲୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଉମାଶଙ୍କର ଦଳାଇ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ କାଲିମେଳା ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ଦଳେଇ , କାଲିମେଳା ବିଇଓ ରମେଶ ଚନ୍ଦ୍ର ବାରୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଜବାନପାଲୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ନବକିଶୋର ମଲିକ , ଫରେଷ୍ଟର ସଂୟପ୍ରଭା ପ୍ରଧାନ , ସୁଶାନ୍ତ କୁମାର ସ୍ବାଇଁ , ବନରକ୍ଷୀ ଅନିତା ନାୟକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ି ପାଇଁ ସମସ୍ତେ ଗଛ ଲଗାଇବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଗଛରୁ ଆମେ ଅମ୍ଳଜାନ ପାଉଥିବା ବେଳେ ଜଙ୍ଗଲ କ୍ଷୟ ଯୋଗୁ ପ୍ରଦୂଷଣ ବଢ଼ିବା ସହ ଅମ୍ଳଜାନ ପରିମାଣ କମୁଛି । ଫଳରେ ଜୀବଜଗତ ଏବେ ବିପଦ ଆଡ଼କୁ ମୁହାଁଇବାକୁ ଯାଉଛି । ତେଣୁ ଗଛ ଲଗାଇ ପରିବେଶକୁ ସୁରକ୍ଷିତ ରଖିପାରିଲେ ଜୀବଜଗତ ସୁରକ୍ଷିତ ରହିପାରିବ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିସରରେ ଅତିଥିମାନେ ଅନେକ ମୂଲ୍ୟବାନ ଗଛ ଲଗାଇଥିଲେ । ସେହିପରି କାଲିମେଳା ବନ ବିଭାଗ କାର୍ଯ୍ୟାଳୟରେ ମଧ୍ୟ ୭୩ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ କାଲିମେଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁବାସିନୀ ସୋଡ଼ି , ବିଡିଓ ଉମାଶଙ୍କର ଦଳାଇ , ତହସିଲଦାର ଦୁର୍ଗା ପ୍ରସାଦ ଦୋରା , ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି , ପରିବେଶବିତ୍ ଦୁର୍ଯ୍ୟୋଧନ ପାତ୍ର , ରଂଜର ସୁଶାନ୍ତ କୁମାର ଦଳାଇ , ଥାନା ଭାରପ୍ରାପ୍ତ ଅଧିକାରୀ ଭବାନୀ ଶଙ୍କର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଭୈରବୀ ପାହାଡ଼ ପାଦ ଦେଶରେ ନିମ୍ବ , ପଣସ , ଅଁଳା , କାଜୁ ଭଳି ଅନେକ ମୂଲ୍ୟବାନ ଗଛ ଅତିଥିମାନେ ଲଗାଇଥିଲେ ।

Leave A Reply

Your email address will not be published.