
ଫୁଲବାଣୀ -07/07 ନବନିଯୁକ୍ତ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟନାୟକ ଙ୍କୁ କଳିଙ୍ଗl ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଧନା ଦିଆଯାଇଥିଲା lପିସିସି ସଭାପତି ପଟନାୟକ ଆଜି ଏହି ବାଟ ଦେଇ ନବରଙ୍ଗପୁର ଜିଲ୍ଲା ଗସ୍ତ ରେ ଯାଉଥିବା ବେଳେ ଖବର ପାଇଁ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ ଙ୍କ ନେତୃତ୍ୱରେ କଂଗ୍ରେସ ନେତା ଓ କର୍ମୀମାନେ ବହୁ ସଂଖ୍ୟାରେ ପହଂଚି ସ୍ଵାଗତ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସମ୍ପାଦକ ଚନ୍ଦ୍ର ପରିଡ଼ା, କଂଗ୍ରେସ ନେତା ଘନ ଶବର, ପୂର୍ବତନ ବିଧାୟିକା ଶ୍ରୀମତୀ ଅଜୟନ୍ତୀ ପ୍ରଧାନ, ଯୁବ ନେତା ବଳଦେବ ବେହେରା, ଗୌର ବେହେରା, ସଂସାରୀ ଭୋଇ, ଶିବଶଙ୍କର ବେହେରା, ପ୍ରମୁଖ ଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ lପିସିସି ସଭାପତିଖୁସି ବ୍ୟକ୍ତ କରିବା ସହ କିଛିସମୟ ଅଟକି ଦଳୀୟ ସଂଗଠନ ସମ୍ପର୍କରେ ଆଲୋଚନାକରିବା ପରେ ନବରଙ୍ଗପୁର ଅଭିମୁଖେ ଯାତ୍ରା କରିଥିଲେ lଆଗକୁ ପିସିସି ସଭାପତି ଶରତ ପଟନାୟକ କନ୍ଧମାଳ ଗସ୍ତ ରେ ଆସିବାର କାର୍ଯ୍ୟକ୍ରମ ରହିଛି l