mobile header

ସାଇବର୍ ଠକେଇ ଉପରେ ସଚେତନତା କାର୍ଯ୍ୟକ୍ରମ

ମାଲକାନଗିରି : ୧୨/ ୦୭/୨୨ ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ (ଏସ.ଏସ.ଡ଼ି ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ନେହେରୁ ଯୁବକେନ୍ଦ୍ର ଓ ଯୁବ ରେଡକ୍ରସ୍ ପକ୍ଷରୁ ସାଇବର ଠକେର ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ସ୍ବର୍ଣ୍ଣକାର ସଭାପତିତ୍ଵ କରିଥିବା ବେଳେ ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ହରିଶ୍ କୁମାର ରୁପାଲ , ଜିଲ୍ଲା ଯୁବ ରେଡକ୍ରସ୍ ର ଆବାହକ ଡଃ. ରଞ୍ଜନ କୁମାର ସ୍ବାଇଁ , ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ଅଭୟ କୁମାର ପାତ୍ର, ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷ ସାଇବର ଠକେଇ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ସମ୍ୟକ ଦିଗଦର୍ଶନ ଦେଇଥିଲେ ଏବଂ ପରେ ଜିଲ୍ଲା ଯୁବ ଅଧିକାରୀ ଓ ଜିଲ୍ଲା ଯୁବ ରେଡକ୍ରସ୍ ର ଆବାହକ ଶ୍ରୀ ସ୍ଵାଇଁ ସାଇବର ଠକେର ଉପରେ ବହୁ ମୂଲ୍ୟଭିଭିକ ତଥ୍ୟ ପ୍ରଦାନ କରିବା ସହ ସାମ୍ପ୍ରତିକ ପରିସ୍ଥିତିରେ କିଭଳି ଭାବେ ସମସ୍ତେ ଏଭଳି ଠକେଇରୁ ବିରତ ରହିବେ ଏବଂ ଅନ୍ୟମାନଙ୍କୁ କିପରି ସଚେତନ କରାଇବେ ତାହା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ ।ପରିଶେଷରେ ବିଦ୍ୟାଳୟର ଯୁବ ରେଡକ୍ରସ୍ ସଂଯୋଜକ ଶଶାଙ୍କ ଶେଖର ପଟ୍ଟନାୟକ ମଞ୍ଚାସୀନ ଅତିଥି ତଥା ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.