mobile header

ତୁମୁଡିବନ୍ଧ ବନ ବିଭାଗ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ, ସଚେତନତା ଓ ଚାରା ବିକ୍ରୟ କେନ୍ଦ୍ର


ଫୁଲବାଣୀ 12/7
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ତୁମୁଡିବନ୍ଧ ବନ ବିଭାଗ ରେଞ୍ଜ ପକ୍ଷରୁ ବିଭିନ୍ନ ସ୍ଥାନ ରେ ବନମହୋତ୍ସବ ପାଳିତ ହୋଇଥିଲା lଏହି ଅବସରରେ ବିଭିନ୍ନ ସ୍ଥାନ ରେ ବ୍ୟାପକ ବୃକ୍ଷ ରୋପଣ କରାଯିଵା ସହ ସଚେତନ କରାଯାଉଛି l ରେଞ୍ଜ ଅଫିସର ଲଳିତ କୁମାର ନାୟକ ଙ୍କ ତତ୍ୱାବଧାନ ରେ ବୃକ୍ଷ ରୋପଣ ଓ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି l ରେଞ୍ଜ ଅଧିନସ୍ଥ ତୁମୁଡିବନ୍ଧ ଅଞ୍ଚଳ ରେ ଅନୁଷ୍ଠିତ ଚାରା ବିକ୍ରୟ କେନ୍ଦ୍ର, ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ, ଶ୍ରୀମତୀ ପ୍ରିୟଙ୍କା ପୋଡ୍ରା ମୂଖ୍ୟ ଅତିଥୀ ଭାବେ ଯୋଗ ଦେଇ ଜଙ୍ଗଲ ସୁରକ୍ଷା କରିବା ସହ ଅଧିକ ରୂ ଅଧିକ ବୃକ୍ଷରୋପଣ କରିବାଲାଗି
ପରାମର୍ଶ ଦେଇଥିଲେ l ସେହିପରିରେଞ୍ଜ ଅଫିସର ଲଳିତ ନାୟକ ଜଙ୍ଗଲ ରେ ନିଆଁ ନଲଗାଇବା ବନ୍ୟ ଜନ୍ତୁ ର ସୁରକ୍ଷା କରିବାନେଇ ସଚେତନ କରିଥିଲେ lଆଉ ପ୍ରତ୍ୟେକ ଲୋକ ନିଜ ଜୀବନ କାଳରେ କିଛିକିଛି ଗଛ ଲଗାଇଵା ସହ ତାକୁ ବଞ୍ଚାଇରଖିଲେ ଭବିଷ୍ୟ ପିଢ଼ି ପରିବେଶ ପ୍ରଦୂଷଣ ରୂ ରକ୍ଷା ପାଇବେ ବୋଲିତୁମୁଡିବନ୍ଧ ରେଞ୍ଜର ନାୟକ କହିଥିଲେ lସେହିପରି ରେଞ୍ଜ ଅଫିସ ନିକଟ ରେ ଏକ ଚାରା ବିକ୍ରୟ କେନ୍ଦ୍ର ମଧ୍ୟ ଖୋଲାଯାଇଥିଲା lଏହାକୁମୂଖ୍ୟ ଅତିଥୀ ସରପଞ୍ଚ ପ୍ରିୟଙ୍କା ପୋଡ୍ରl ଶୁଭ ଉଦଘାଟନ କରିଥିଲେ lଏଠାରେ ମାତ୍ର ଟଙ୍କା ଏ ମୂଲ୍ୟରେ ବିଭିନ ପ୍ରକାର ବୃକ୍ଷ ଚାରା ଓ ଫଳ ବୃକ୍ଷଆଦି ଅନେକ ପ୍ରକାର ଚାରା ବିକ୍ରୀ ହେଉଛି l
ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ରେଞ୍ଜ ଅଫିସର ଲଳିତ ନାୟକ ଙ୍କ ସମେତ ପରିବେଶ ବିତ, ପଦସ୍ତ ଅଧିକାରୀ,ବୁଦ୍ଧିଜୀବି ଙ୍କ ସମେତ , ବନ ପାଳ ଜ୍ୟୋତିରାଜ୍ ମଲ୍ଲିକ,ବନ ରକ୍ଷୀ ଦିଲୀପ ପ୍ରଧାନ, ମନ୍ମଥ ପରିଜା,ଶ୍ରୀରାମ ପଣ୍ଡା, ଓ ରବୀନ୍ଦ୍ର ପାତ୍ର,ହେମନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l
ରେଞ୍ଜ ଅଫିସର ଭାବେ ଲଳିତ ନାୟକ ଦାଇତ୍ୱ ଗ୍ରହଣ କରିବାପରେ ଵାଲିଗୁଡ଼ା ଡି ଏଫ ଓ ବିଶ୍ୱରାଜ ପଣ୍ଡା ଙ୍କ ସଠିକ ପରାମର୍ଶ ଓ ସହଯୋଗ ଓ ଆଗ୍ରହ ଯୋଗୁଁ ଅଂଚଳରେ ରେ ବ୍ୟାପକ ବୃକ୍ଷ ରୋପଣ କରିବା ସହ ଜଙ୍ଗଲ ସୁରକ୍ଷା ସମ୍ପର୍କିତ ସଚେତନ ସୃଷ୍ଟି କରିଛନ୍ତି l
ଜଙ୍ଗଲ ଯେପରି ନଷ୍ଟ ନ ହେବ, ଓ ବନ୍ୟଜନ୍ତୁ ଯେପରି ଅସୁରକ୍ଷିତ ନ ହେବେ ସେଥିପ୍ରତି ମଧ୍ୟଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି ରେଞ୍ଜର ଲଳିତ ନାୟକ l
ସେହିପରି ଅବାଧ ଶିକାର କୁ ମଧ୍ୟ ରୋକ ଲଗାଇବାରେ ସଫଳ
ହେଇଛନ୍ତି ରେଞ୍ଜର ନାୟକ l

Leave A Reply

Your email address will not be published.