mobile header

ଜିଲ୍ଲା ଭାଜପା ର କାର୍ଯ୍ୟକାରୀ ବୈଠକ

ବରଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ କମିଟିର ବୈଠକ ଜିଲ୍ଲା କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି। ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ଙ୍କ ସଭାପତିତ୍ବ ଅନୁଷ୍ଠିତ ବୈଠକରେ ବରଗଡ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇ କର୍ମୀ ମାନେ ତୃଣମୂଳ ସ୍ତରରୁ ପୁନଃ କାର୍ଯ୍ୟ ଆରମ୍ଭ କରି ଦଳ ଓ ସଂଗଠନ କୁ ମଜଭୂତ କରିବାକୁ ଆହ୍ବାନ କରିଥିଲେ। ସେହିପରି ଜିଲ୍ଲା ରେ ବର୍ତ୍ତମାନ ବିଶେଷ କରି ପଦ୍ମପୁର ଉପଖଣ୍ଡର ଚାଷୀଭାଇ ମାନଙ୍କ ଫସଳ ବୀମା ମିଳୁ ନାହିଁ। ବୀମା କମ୍ପାନୀ ଏଚଡିଏଫସି ଏଗ୍ରୋ ବୀମା ଭୁକ୍ତ ଚାଷୀ ମାନଙ୍କୁ ତାଙ୍କ ବୀମା ରାଶି ପ୍ରଦାନ କରୁ ନାହିଁ। ଫଳରେ ଚାଷୀମାନେ ତାଙ୍କ ହକ୍ ରୁ ବଞ୍ଚିତ ହେଉଛନ୍ତି। କମ୍ପାନୀ ବିରୁଦ୍ଧରେ ଆନ୍ଦୋଳନ ତିବ୍ର କରିବାକୁ କହିଥିଲେ। ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କୃଷକ ମୋର୍ଚ୍ଚା ର ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିଷ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ମହମ୍ମଦ ରଫିକ, ସୁରେଶ୍ଵର ଶତପଥୀ,କୁଶ କଲେତ,ସନତ ଗଡତିଆ, ଅଶୋକ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରମୁଖ ମଞ୍ଚାସୀନ ଥିଲେ।

Leave A Reply

Your email address will not be published.