
ଫୁଲବାଣୀ୧୫/୦୭
ଫୁଲବାଣୀ ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ବିଶ୍ଵଯୁବ ଦକ୍ଷତା ଦିବସ ପାଳିତ ହୋଇଥିଲା ଏହି ଅବସରରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶୁଙ୍ଖଳିତ ହୋଇ ସଂଯମତା ରକ୍ଷାକରି ପାଠ ପଢି ସୁନା ଗରୀକ ହେବ।ପାଇଁ ପରାମର୍ଶ ନେଇଥିଲେ ।ଏହି ଅବସରରେ ନୂତନ ଭାବେ ସୋଲାର ଟେକନିସିୟାନ
ବିଭାଗ ଉଦଘାଟନ କରି ସେମାନଙ୍କ ବିଭାଗର ଅଭିନବ ପ୍ରକଳ୍ପମାନ ବୁଲି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କୁ ପ୍ରଶସାଂ କରିଥିଲୋ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଞ୍ଜୁଳା ପ୍ରଧାନ , ଜିଲ୍ଲା କର୍ମନିୟୋଜନ ଅଧିକାରୀ ଭୃଙ୍ଗରାଜ ମହାନ୍ତି, ଆକ୍ସନ ଏଡ ଜିଲ୍ଲା ସଂଯୋଜନସଂଧ୍ୟ। ରାଣୀ ନାଏକଙ୍କ ସମେତ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସେଠି ଯୋଗଦେଇ ଥିଲେ ।ଏହି ଅବସରରେ କଂପ୍ୟୁଟର ପଢୁଥିବା କୁଟିଆ କନ୍ଧ ଛାତ୍ରୀ ସୁକାନ୍ତୀ ମାଝିଙ୍କ ସମୂର୍ଦ୍ଧିତ କରାଯାଇଥିଲା। ସେହିପରି ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା
ଶେଷରେ ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ସହକାରୀ ପ୍ରଶିକ୍ଷିକ ଅଧିକାରୀ ଡଃ ନୃସିଂହାନନ୍ଦ ମହାପାତ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିବାବେଳେ ପ୍ରଶିକ୍ଷିକ ଅଧିକାରୀ ସୋମନାଥତିରିଆ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

