ମାଲକାନଗିରି: ୧୫/୦୭/୨୨ ମାଲକାନାଗିରି ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମାଲକାନଗିରି ସଦର ବ୍ଳକ ଚାଲାଣ ଗୁଡା ପଞ୍ଚାୟତ ଏମ୍ ଭି – ୯୧ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସ୍ତରୀୟ ଏହି ମିଶ୍ରଣ ପର୍ବରେ ସ୍ଥାନୀୟ ଅଞ୍ଚଳର ଶତାଧିକ ବରିଷ୍ଟ, କର୍ମୀ ହରିଦାସ ଵାଲା, ବିମଲ ଦାସ, ଶ୍ୟାମଲ ମଣ୍ଡଳ, ନାରାୟଣ ମଣ୍ଡଳ, ସୁବାସ ଦାସ, ତପନ ଵାଲା, ଅଶୋକ ଵାଲା, ଜୟନ୍ତ ଦେବନାଥ, ସୁଶୀଲ ବିଶ୍ୱାସ, କମଲା ଵାଲା, ତରୂଲତା ଦାସ, ରେଖା ଦାସ, ଅପରିତା ଦାସ, ସରସ୍ୱତୀ ଵାଲା, ସାଗରିକ ଵାଲା କାଜଲ ବିଶ୍ୱାସ, ଓ ଅନେକ ମହିଳା, ଯୁବକ, ଛାତ୍ର କର୍ମୀ ବିଜେପି, ଓ କଂଗ୍ରେସ ଛାଡି ବିଧିବଦ୍ଧ ଭାବେ ବିଜେଡି ରେ ସାମିଲ ହୋଇଥିଲେ। ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଶାସନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ମଳ ଭାବମୂର୍ତ୍ତି ଲୋକାଭିମୁଖୀ ଯୋଜନା ଗୁଡିକ ଯୋଗୁଁ ଏହି କର୍ମୀମାନେ ବିଜେଡି ରେ ସାମିଲ ହୋଇଥିବା ସହ ଅଗାମୀ ଦିନରେ ଦଳର ହିତ ପାଇଁ କାମ କରିବାକୁ ମତ ରଖିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟମାଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପ ଅଧକ୍ଷ ପତିତପାବନ ବୈଦ୍ୟ, ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମୀ, ବରିଷ୍ଟ ବିଜେଡି କର୍ମୀ ସୁବାସ ବେନାର୍ଜୀ ସ୍ଥାନୀୟ ସମିତିସଭ୍ୟ ଆନନ୍ଦ ମଲାକାର,ଛାତ୍ର ଜନତା ଦଳ ଆଈଟି କୋଡ଼ିନେଟର ସୁନିଲ ସାହୁ, ସ୍ଥାନୀୟ ୱାର୍ଡ ମେମ୍ବର ରାକେଶ ଵାଲା, କ୍ରିଷ୍ଣ ଗୋସ୍ୱାମୀ, ଶଙ୍କର ମଣ୍ଡଳ, ଶ୍ୟାମସୁନ୍ଦର ଦତ, ପ୍ରମୁଖ ଉପସ୍ଥିତ ଥିଲେ ।
