ଲଗାଣ ବର୍ଷା ରେ ଉବୁଟୁବୁ ଫୁଲବାଣୀ ସହର ୩ ପଂଚାୟତ ବାହ୍ୟ ଜଗତ ରୂ ବିଛିନ୍ନ

ଫୁଲବାଣୀ -17/07 ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଗତ କିଛିଦିନ ଧରି ଲଗାଣ ବର୍ଷା ଲାଗିରହିବା ଫଳରେ ଜିଲାରେ ଥିବା ବିଭିନ୍ନ ନଦୀଓ ନାଳ ରେ ବନ୍ୟାଜଳ ଆସିବା ଫଳରେ ବହୁଅଂଚଳ ବାହ୍ୟ ଜଗତ ରୂ ବିଛିନ୍ନ ହୋଇଯାଇଥିବା ଖବର ମିଳିଛି l ଫୁଲବାଣୀ ସହର ବଜାର, ପ୍ରକୃତୀବିହାର, ଢିପlସlହିଆଦି ଅନେକ ଅଂଚଳ ଜଳମଗ୍ନ ହୋଇ ରହିଛି l ଲୋକେ ଘରୁ ପଦାକୁ ଗୋଡ଼ କାଢି ପାରୁନାହାନ୍ତି l ଡ୍ରେନ ରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇଥିବାରୁ ଡ୍ରେନ ପାଣି ନିଷ୍କାସିତ ହୋଇନପାରି ରାସ୍ତାରେ ସୁଅ ଛୁଟୁଛି ଫଳରେ ଦିନ ତମାମସହର ଜଳମଗ୍ନ lସେହିପରି ଫୁଲବାଣୀ ପିଲାସାଲକୀ ନଦୀରେଆଜି ସକାଳୁ ପ୍ରବଳ ବନ୍ୟାଜଳ ଆସିବା ଫଳରେ ସହର ର ନଦୀ ଖଣ୍ଡି ସହି ଡ୍ୟାମ ଉପରେ ୩ ଫୁଟ ଉପରେ ବନ୍ୟl ଜଳ ପ୍ରବାହିତ ହେଉଛି l ଫଳରେ ଡାକପାଲା, ଦାମିଗାଂ, ନୁଆରୀପଦର, ଆଲlମି ପଂଚାୟତ ବାହ୍ୟ ଜଗତ ରୂ ବିଛିନ୍ନ ହୋଇଯାଇଛି l ସେହିପରି ଲଗାଣ ବର୍ଷା ରେ ଫୁଲବାଣୀ ଗତବର୍ଷ ନୂଆକରି ନିର୍ମାଣ ହୋଇଥିବା ନାରାୟଣୀ ପାର୍କର ପାଚେରୀ ଭୁଷୁଳିଯାଇଛି lଫୁଲବାଣୀ ସହର ସମେତ ଲଗାଣ ବର୍ଷlରେ ଜିଲାର ତୁମୁଡିବନ୍ଧ, କୋଟଗଡ଼, ଦାରିଂବାଡ଼ି ଆଦି କେତକ ସ୍ଥାନରେ କଚା ଘର ଭୁଶୁଡିପଡ଼ିଥିବା ସୂଚନାମିଳିଛି lସେହିପରି ଲଗାଣ ବର୍ଷରେ ବାଲିଗୁଡା ଏନଏ ସି ପକ୍ଷରୁ ଚାଲିଥିବା ପୋଖରୀ ଚାରିପଟ ପାଚେରୀ କିଛିଅଂଶ ଭୁଶୁଡିପଡିଛି l ନିମ୍ନ ମାନର କାମ ଯୋଗୁଁ ଏଭଳି ସ୍ଥିତି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରି ତଦନ୍ତ ଦାବୀ କରିଛନ୍ତି l ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ ରୁମ ଖୋଲାଯାଇ ସତର୍କ ଦ୍ରୁଷ୍ଟି ରଖାଯାଇଥିବା ଅତିରିକ୍ତ ଜିଲାପାଳ ବସନ୍ତ ସାହୁ ସୂଚନା ଦେଇଛନ୍ତି l

Leave A Reply

Your email address will not be published.