mobile header

ଜାତୀୟ ସ୍ତରୀୟ ମୟୁରଭଞ୍ଜ ଫୁଟବଲ କପ – 2022 ଉଦଯାପିତ।

କୋଲକାତାକୁ ହରାଇ ଚାମ୍ପିୟନ ହେଲା ଝାରଗ୍ରାମ।
ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଆସୋସିଏସନ ଓ ମୟୁରଭଞ୍ଜ ଫୁଟବଲ ପ୍ଲେୟାର୍ସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ମୟୁରଭଞ୍ଜ ଫୁଟବଲ କପ – 2022 ଉଦଯାପିତ ହୋଇଛି। ଇଂ ବିପ୍ଳବ କୁମାର ଭୁଗୁଡେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ପ୍ରଥମ ମ୍ୟାଚକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ବରିଷ୍ଠ କ୍ରୀଡ଼ାବିତ କୁମାର ରଞ୍ଜନ ପଣ୍ଡା, ହରିଶ ଷଡ଼ଙ୍ଗୀ ଓ ନନ୍ଦଲାଲ ମହାପାତ୍ର ଉପସ୍ଥିତ ଥିଲେ।ଆଜିର ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ଝାରଗ୍ରାମ ଦଳ ଜାମସେଦପୁର ଦଳ କୁ ଗୋଟିଏ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ।ଫାଇନାଲ ମ୍ୟାଚରେ ଝାରଗ୍ରାମ ଦଳ କୋଲକାତା ଦଳକୁ ଟାଇ ବ୍ରେକର ଜରିଆରେ ୭-୬ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଛି। ଆଜିର ଖେଳକୁ ଚକ୍ରଧର ଚାତାର, ସୀତାରାମ ସୁଲତାନ ହାଁସଦା, ବାପୁନ କୁମାର ମହାନ୍ତ, କେଦାର କାଲୁଣ୍ଡିଆ ଖେଳ ପରିଚାଳନା କରିଥିବା ବେଳେ ମନୋଜ କୁମାର ପାତ୍ର ଧାରବିବରଣୀ ଦେଇଥିଲେ। ଚାମ୍ପିୟନ ଦଳକୁ ଏକ ଲକ୍ଷ ଟଙ୍କା ଓ ଟ୍ରଫି , ରନର୍ସ ଅପ ଦଳକୁ ୫୦ ହଜାର ଓ ଟ୍ରଫି , ତୃତୀୟ ଶ୍ରେଷ୍ଠ ଦଳ ଭାବେ ଜାମସେଦପୁର ଦଳକୁ ୨୫ ହଜାର ଓ ଚତୁର୍ଥ ଶ୍ରେଷ୍ଠ ଦଳ ଖୁଣ୍ଟାକୁ ମଧ୍ୟ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ସମ୍ମାନିତ ଅତିଥି ଭାବେ ମୋରଡା ବିଧାୟକ ରାଜକିଶୋର ଦାସ, ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ଡ଼ ଦେବାଶିଷ ମାରାଣ୍ଡି, ଗଣେଶ୍ୱର ପାତ୍ର, ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ଉପ ସଭାପତି ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ଫୁଟବଲ ସହ ସମ୍ପାଦକ ଅମର ସେଠି, ସହ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ମୟୁରଭଞ୍ଜ ଫୁଟବଲ ପ୍ଲେୟାର୍ସ ଆସୋସିଏସନର ସଭାପତି ଧର୍ମରାଜ ହାଁସଦା ଓ ସମ୍ପାଦକ ମୋହନ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.