
ଫୁଲବାଣୀ -17/07 କନ୍ଧମାଳ ଜିଲା ଟିକାବାଲି ବସଷ୍ଟାଣ୍ଡ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଟିକାବାଲି ଯୁବଗୋଷ୍ଠୀ ତଥା ୟୁଥ ୱାରିୟର ର ସଦସ୍ୟ ଙ୍କୁ ନେଇ ମା ବ୍ୟାଘ୍ରଦେବୀ ଯାତ୍ରା କମିଟି ଟିକାବାଲି ଗଠନ କରାଗଲା l ଟିକାବାଲି ର କଳା, ସଂସ୍କୃତି ଓ ପରମ୍ପରା କୁ ଅଧିକ ରୁ ଅଧିକସୁନ୍ଦର, ଆକର୍ଷଣୀୟ, ଓ କ୍ରିୟାଶିଳ କରିବା ଏହି କମିଟି ର ଉଦେଶ୍ୟ l ଏହି କମିଟି ର ପରିଚାଳନା ସଦସ୍ୟ ରେ ତନୁଜ କୁମାର ଭୋଇ ଙ୍କୁ ସଭାପତି, ଯୁଗଳ କିଶୋର ପଣ୍ଡା ଓ ସାଇ ପ୍ରସାଦ ବେହେରା ଙ୍କୁ ଉପସଭାପତି, କୁମୁଦ ଚନ୍ଦ୍ର ସାହୁ ଙ୍କୁ ସମ୍ପାଦକ,ବିକ୍ରାନ୍ତ ଭୋଇ ଙ୍କୁ ସହ ସମ୍ପାଦକ, ଅରବିନ୍ଦ ମହାପାତ୍ର ଓ ଜ୍ୟୋତିରଞ୍ଜନ ମହାପାତ୍ର ଙ୍କୁ କୋଷାଧକ୍ଷ ରୂପେ ସର୍ବ ସମତି କ୍ରମେ ମନୋନୀତ କରାଗଲା l ଏହି କମିଟି ର ଉପଦେଷ୍ଟା ମଣ୍ଡଳୀ ରେ ଅଛନ୍ତି ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି, ପ୍ରଶାନ୍ତ ବେହେରା, ସରପଞ୍ଚ କୁନ୍ଦୁରୁ ମଲ୍ଲିକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲୀପ କହଁର, ସୁନୀଲ ଭୋଇ, ଶ୍ରୀ ପ୍ରଶାନ୍ତ ପଣ୍ଡା, ସନ୍ତୋଷ ସାମନ୍ତରାୟ, ଦୀନକୃଷ୍ଣ ମହାପାତ୍ର l ଟିକାବାଲି ଠାରେ ଆଗାମୀ ଦଶହରାପୂଜା ଉପଲକ୍ଷେ ଏହି କମିଟି ତରଫରୁ ଏକ ସାମାଜିକ ନାଟକ ମଞ୍ଚସ୍ଥ କରିବା ପାଇଁ ସର୍ବ ସମ୍ମତି କ୍ରମେ ସ୍ଥିର କରାଗଲା l ଅନ୍ୟମାନଙ୍କ ମଧ୍ୟରେ ଧର୍ମେନ୍ଦ୍ର ସାହୁ, ଟିକିନା ସାହୁ, ରାହୁଲ ଭୋଇ, କିସାନ ପ୍ରଧାନ, ଦିପ୍ତି ଦଳବେହେରା, ସନ୍ତୋଷ ମହାନ୍ତି, ଦେବୀ ସାହୁ, ସୁବଳ ଦିଗାଳ, ପ୍ରମିଶ ଦିଗାଳ, ସମୀର ବାରିକ, କାଳିଆ ସାହୁ, ରଞ୍ଜିତ କହଁର, ଜିତୁ ସାହୁ, ଦିତିକୃଷ୍ଣ ପାତ୍ର, ଜାଗାକାଳିଆ ବେହେରା, ରାଜକିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ l