ଗାଈ ଚରାଇବାକୁ ଯାଇ ବଜ୍ରପାତରେ ଜଣେ ମୃତ ଦୁଇଜଣ ଆହତ

କାଲିମେଳା ତା ୧/୯ ବଜ୍ରପାତରେ ଜଣେ ମୃତ ହୋଇ ଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଟେରୁ ଫାଣ୍ଡି ବଦଲି ପଞ୍ଚାୟତ ଅନ୍ତର୍ଗତ ପଗୁରୁ କୋଣ୍ଡା ଗ୍ରାମରେ ଘଟଣାରୁ ଜଣା ଯାଇଛି ଆଜି ଅପାରହ୍ନ ୩ ଟା ସମରେ ବିଜୁଳି ଘଡଘଡି ସାଙ୍ଗକୁ ଜୋରରେ ବର୍ଷା ହୋଇଥିଲା ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ଗ୍ରାମର ଦେବା ମାଢ଼ିଙ୍କ ୧୭ ବର୍ଷୀୟ କନ୍ୟା ଲକ୍ଷ୍ମୀ ମାଢ଼ି,କେଶା ମାଢ଼ି ଙ୍କ ୧୭ବର୍ଷୀୟ କନ୍ୟା ସାନି ମାଢ଼ି ଏବଂ ଗୁମୁକା ଗ୍ରାମର ଉରା ପଡିଆମୀଙ୍କ ୭ବର୍ଷୀୟ ପୁତ୍ର ମାଙ୍ଗଡୁ ପଡିଆମୀ ଏମାନେ ଜଙ୍ଗଲରେ ଗାଈ ଚରାଉଥିଲା ବେଳେ ଜୋରରେ ବଜ୍ରପାତ ହୋଇଥିଲା ଏଥିରେ କେଶା ମାଢ଼ିଙ୍କ ୧୭ବର୍ଷୀୟ କନ୍ୟା ସାନିଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିଲା ବେଳେ ଲକ୍ଷ୍ମୀ ଏବଂ ମାଂଗୁଡୁ ଆହତ ହୋଇଥିଲେ ଖବର ପାଇ ଆମ୍ବୁଲାନ୍ସ ଯାଇ ଏମାନଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲା ଉପସ୍ଥିତ ଥିବା ଡାକ୍ତର ଦେବଦାସ ସାମନ୍ତ ରାୟ ଏମାନଙ୍କୁ ଚିକ୍ଷିତ୍ସା କରିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର ଶ୍ରୀ ସାମନ୍ତ ରାୟ କହିଛନ୍ତି l

Leave A Reply

Your email address will not be published.