ବାଉଁଶୁଣୀ ଥାନାର ନୂତନ ଓଆଇସିଙ୍କ ଦାୟିତ୍ଵ ଗ୍ରହଣ ,ପ୍ରଥମ ଦିନରେ ୧୧୩ ବିଦେଶୀ ମଦ ଜବତ

ବାଉଁଶୁଣୀ,୧୫/୦୯ : ବୋୖଦ୍ଧ ଜିଲ୍ଲା ବାଉଁଶୁଣୀ ଥାନାରେ କାର୍ଯ୍ୟରତ ସବ୍ ଇନିସପେକ୍ଟର ସସ୍ମିତା ମଗର ଆଜି ଥାନାର ଭାରପ୍ରାପ୍ତ ଅଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି | କିଛି ଦିନ ହେଲା ମନମୁଣ୍ଡା ଥାନାରୁ ସବ୍ ଇନିସପେକ୍ଟର ଭାବେ ବାଉଁଶୁଣୀ ଥାନାକୁ ବଦଳି ହୋଇ ଆସିଥିଲେ l ଏଠାରେ ଆଇ. ଆଇ. ସି. ଥିବା ଇନିସପେକ୍ଟର ସୁବାଷ ରାୟଗୁରୁଙ୍କୁ ବୌଦ୍ଧ ବଦଳି ହେବା ପରେ ଆଜି ଶ୍ରୀମତୀ ମଗରଙ୍କୁ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି | ଆଜି ଦାୟିତ୍ୱ ନେବା ପରେ ଶ୍ରୀମତୀ ମଗରଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା । ବାଉଁଶୁଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରାସ୍ତାରେ ଥିବା ଯୋଦ୍ଧା ଢାବାରେ ଚଢାଉ କରାଯାଇ ବିଭିନ୍ନ ବ୍ରାଣ୍ଡର ୧୧୩ ଲିଟର ବିଦେଶୀ ମଦ ଜବତ୍ କରାଯାଇଥିବା ଜଣା ପଡିଛି l ଏ ସମ୍ପର୍କରେ ବାଉଁଶୁଣୀ ଥାନାରେ ୮୮/୨୦୨୨ରେ ଏକ ମାମଲା ରୁଜୁ ହୋଇ ଜଣଙ୍କୁ ଗିରଫ କରାଯାଇଛି ।ଗିରଫ ଅଭିଯୁକ୍ତ ହେଲା ବରୁଣ ସାହୁ(୨୩) ବୋଲି ବାଉଁଶୁଣୀ ଥାନା ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.