ବରଗଡ଼: ପଦ୍ମପୁର ବିଧାନସଭାର ଉନିର୍ବାଚନ ପ୍ରଚାର ପାଇଁ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ଗ୍ରାମ ପଞ୍ଚାୟତରେ ମାରାଥନ ପ୍ରଚାର। ପଦ୍ମପୁର ବ୍ଲକ ଅନ୍ତର୍ଗତ ମହୁଲ ପାଲି ଗ୍ରାମ ପଞ୍ଚାୟତର ମହୁଲ ପାଲି, ଦର୍ବେକେଲା, ସାଲେଗିଡି ପ୍ରମୁଖ ଗାଁ ଗୁଡ଼ିକରେ ନିର୍ବାଚନୀ ସଭାମାନ ଅନୁଷ୍ଠିତ ହୋଯାଇଅଛି। ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତ ରହି ବିଜୁ ଜନତା ଦଳର ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଏହି ଉନିର୍ବାଚନରେ ବିଜୁ ଜନତା ଦଳର ପ୍ରଥିନି ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ ନିବେଦନ କରିଥିଲେ । ଏହି ନିର୍ବାଚନୀ ପ୍ରଚାର ସଭାରେ ବରଗଡ଼ ପୂର୍ବତନ ସାଂସଦ ପ୍ରଭାସ ସିଂହ, ବରିଷ୍ଠ ଆଇନଜୀବି ଭିଷ୍ମଦେବ ସରାଫ, ପ୍ରଫୁଲ୍ଲ ସିଂ, ଚମ୍ପାକେଶ୍ବର ପୁରୋହିତ, ସରୋଜ କାମ୍ପା ପ୍ରମୁଖ ଉପସ୍ଥିତ ରହି ବିଜୁ ଜନତା ଦଳ ପ୍ରତି ସମର୍ଥନ ପାଇଁ ନିବେଦନ କରିଥିଲେ। ଉକ୍ତ ମହୁଲ ପାଲି ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳର କର୍ମକର୍ତ୍ତା ଗାଁ ଗାଁ ବୁଲି ବିଜେଡିକୁ ବିଜୟୀ କରିବା ପାଇଁ ମାରାଥନ ପ୍ରଚାର ଚଲାଇଛନ୍ତି ।
