ବରିଷ୍ଠ ଆଇନଜୀବୀ ଜାହିର ଅଖତାରଙ୍କ ପରଲୋକ

ଫୁଲବାଣୀ, ୨୬/୧୧: ଫୁଲବାଣୀ ସହରର ଜଣାଶୁଣା ତଥା ବରିଷ୍ଠ ସରକାରୀ ଆଇନଜୀବୀ ମହମଦ ଜାହିର ଅଖତାରଙ୍କ ପରଲୋକ ହୋଇଛି l ମୃତ୍ୟୁ ବେଳକୁ ତାଙ୍କୁ ଷାଠିଏ ବର୍ଷ ହୋଇଥିଲା l ସେ ଡାଏବେଟିସ ଓ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ହେଲା ଆପୋଲୋରେ ଚିକିତ୍ସିତ ହେଉଥିଲେ ତେବେ ଗତ କାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା l ସ୍ବର୍ଗତ ଜାହିର ଅଖତାର ବିଜେଡି ସଂଖ୍ୟାଲଘୁ ସେଲର ଜଣେ ଟାଣୁଆ ନେତା ଓ ସଂଗଠକ ଥିଲେ l ସହରର ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ପୂର୍ବତନ ସଭାପତି, ସମାଜସେବୀ ମହମଦ ନାଜିର ଅଖତାରଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ ଜାହିର l ତାଙ୍କର ଅକାଳ ମୃତ୍ୟୁରେ ଆଇନଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି l ସ୍ବର୍ଗତ ଜାହିରଙ୍କ ବିଧବା ପତ୍ନୀ ଓ ଏକମାତ୍ର ଝିଅ ଅଛନ୍ତି l ଆଇନଜୀବୀ ଜାହିରଙ୍କ ପରଲୋକରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଡ଼ଃ ଅରୂପ ଜେନା, ସନ୍ତୋଷ ଡିଗାଲ, ରବି ଦାସ, ଗୋପାଳ କୃଷ୍ଣ ପଟନାୟକ, ଫିଲି ମୋହନ ନାୟକ, ନାରାୟଣ ସାହୁ, ସମ୍ପାଦକ ପ୍ରଶାନ୍ତ ବେହେରା ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l ସେହିପରି ବରିଷ୍ଠ ଆଇନଜୀବୀ ତଥା ଓକିଲ ସଙ୍ଘ ସଭାପତି ବିଜୟ ମହାନ୍ତି, ରବୀନ୍ଦ୍ର ମିଶ୍ର, ଚନ୍ଦ୍ରଶେଖର ମିଶ୍ର, ଶିବ ପ୍ରସାଦ ତ୍ରିପାଠୀ, ସତ୍ୟ ନାରାୟଣ ବେହେରା, ଆଦିତ୍ୟ ତ୍ରିପାଠୀ, ଅଜୟ କୁମାର ସିଂହ, ବ୍ରଜ ପଟନାୟକ, ଭଗବାନ ମହାନ୍ତି, ରମେଶ ମହାନ୍ତି, ବିଜେଡି ନେତା ତଥା ଜିଲ୍ଲା ସଭାପତି ସରୋଜ କର୍ଣ, ସଂଖ୍ୟା ଲଘୁ ନେତା ମହମଦ ଆସୀନ, ମହମଦ ସାକିଲ ପ୍ରମୁଖଙ୍କ ସମେତ ବହୁ ବିଜେଡି ନେତା ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l

Leave A Reply

Your email address will not be published.