ଅଜଣା ଟ୍ରକ ଧକ୍କାରେ ଭାଲୁର ମୃତ୍ୟୁ

ମାଲକାନଗିରି,୧୪/୧୨: ଗତକାଲି ରାତିରେ ଅଜଣା ଟ୍ରକ ଧକ୍କାରେ ଗୋଟିଏ ଭାଲୁର ମୃତ୍ୟୁ ହୋଇଛି। ମାଲକାନଗିରି ଜିଲ୍ଲାର ମାଥିଲି ବନ ବିଭାଗ ଅଧୀନରେ ଥିବା ଏକ ଜଙ୍ଗଲରୁ ଭାଲୁଟିଏ ରାସ୍ତା ପାର କରୁଥିବା ବେଳେ ଅଜଣା ଟ୍ରକ ଧକ୍କାରେ ତାର ଜୀବନ ଚାଲିଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଟିଲୁଗୁଡା ଏବଂ ଭୋଇଗୁଡା ମଧ୍ୟରେ ଜଙ୍ଗଲୀ ଭାଲୁ ରାସ୍ତା ପାର କରୁଥିଲା। ତେବେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ସାମ୍ନାରେ ପଡିଯାଇଥିଲା। ଯାହା ଫଳରେ ଭାଲୁର ମୁଣ୍ଡ ଉପରେ ଟ୍ରକର ଚକା ଚଢିଯିବା ଫଳରେ ଭାଲୁର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଖବର ପାଇ ମାଥିଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଭାଲୁର ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ ସମ୍ପର୍କରେ ଯାଞ୍ଚ ଚାଲିଥିବା ବିଭାଗ କହିଛି।ପ୍ରତିବର୍ଷ ଜାତୀୟ ରାଜପଥ ୩୨୬ ରାଜପଥରେ ବହୁ ଜଙ୍ଗଲୀ ଜନ୍ତୁଙ୍କର ଗାଡିମଟର ଚାପାରେ ମୃତ୍ୟୁ ହେଉଛି। ଯାହାକୁ ନେଇ ବନ ବିଭାଗ ଦୁର୍ଘଟଣାଗୁଡିକ ସ୍ଥାନଗୁଡିକରେ ଧିରେ ଗାଡି ଚଳାଇବା ପାଇଁ ଲୋକଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଛି।

Leave A Reply

Your email address will not be published.