mobile header

ସ୍ବାଭିମାନ ଅଞ୍ଚଳର ସ୍ବାଭିମାନୀ ଛାତ୍ରଛାତ୍ରୀମାନଙ୍କ ପାଇଁ ହେବ ବହୁମୂଖୀ ବିଦ୍ୟାଳୟ: ଜିଲ୍ଲା ପାଇଁ ପ୍ରଦୀପ ମାଝିଙ୍କ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ

ମାଲକାନଗିରି,୧୪/୧୨: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ବାସ କରୁଥିବା ହଜାର ହଜାର ଛାତ୍ରଛାତ୍ରୀ ଡ୍ରପ ଆଉଟ ହୋଇ ରହିଛନ୍ତି। ଏମାନଙ୍କ ପାଇଁ ଆଗକୁ ପଢିବାର କୌଣସି ସୁବିଧା ନଥିଲା। ଜାତିଗତ ପ୍ରମାଣ ପତ୍ର ହେଉ ବା ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର ହେଉ, ଏମାନେ ପାଇବାରେ ବହୁ କଷ୍ଟ ସ୍ବୀକାର କରିବାକୁ ପଡୁଥିଲା। ଏହି ଅଞ୍ଚଳରେ ବିଶେଷ କରି କଣ୍ଡାରେଡ୍ଡୀ, କୋଣ୍ଡା ଦୋରା, ରଣା, କମାର, ଗୌଡ, ଖରା ଭଳି ଅଣ ଆଦିବାସୀ ଲୋକେ ରହୁଥିବାରୁ ଏମାନଙ୍କୁ ଆଦିବାସୀର ମାନ୍ୟତା ମିଳିପାରୁ ନାହଁ। ଏହି ସଂପ୍ରଦାୟର ଲୋକେ ଆଦିବାସୀ ଭଳି ଜଙ୍ଗଲରେ ଚଳିଆସୁଥିଲେ ମଧ୍ୟ ଏମାନଙ୍କୁ ସରକାର ଆଜି ପର୍ଯ୍ୟନ୍ତ ଆଦିବାସୀର ମାନ୍ୟତା ପ୍ରଦାନ କରୁନାହାନ୍ତି।ତେଣୁ ଏମାନଙ୍କର ପିଲାମାନେ କୌଣସି ପ୍ରମାଣ ପତ୍ର ନପାଇ ଅଧାରୁ ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି। ସ୍ବାଭିମାନ ଅଞ୍ଚଳରେ ହଜାର ହଜାର ପିଲା ଏଭଳି ରହିଛନ୍ତି। ଏନେଇ ଶିକ୍ଷା ବିଭାଗ ଏବଂ ସରକାର ମଧ୍ୟ ଅବଗତ ରହିଛନ୍ତି। ତେବେ ଏନେଇ ପ୍ରଦୀପ ମାଝି ଲଢେଇ ଆରମ୍ଭ କରିଥିଲେ। ସ୍ବାଭିମାନ ଅଞ୍ଚଳରେ ଥିବା ଏସଆର କମ୍ପାନୀକୁ ଏଥିପାଇଁ ଟାର୍ଗେଟ ମଧ୍ୟ କରିଥିଲେ। ସେତେବେଳେ ପ୍ରଦୀପ ମାଝିଙ୍କ ଦାବି ମୁତାବକ ଏସଆର କମ୍ପାନୀ ଜିଲ୍ଲାପାଳଙ୍କୁ ଏକ କୋଟି ଟଙ୍କା ସ୍କୁଲ ଖୋଲିବା ପାଇଁ ପ୍ରଦାନ କରିଥିଲା। ପରେ ଏସଆର କମ୍ପାନୀ ଦେବାଳିଆ ହୋଇଯାଇଥିଲା। ଶ୍ରୀ ମାଝି ପୁଣି ଆର୍ସିଲୋର ମିତ୍ତଲ ନପୋନ ଷ୍ଟିଲ ଲିମିଟେଡ ନାମକ କମ୍ପାନୀ ଏହାକୁ ହାତକୁ ନେବା ପରେ ସ୍କୁଲ ଖୋଲିବା ପାଇଁ ଦାବି କରିବାକୁ ସେ ମଧ୍ୟ ଏକ କୋଟି ପ୍ରଦାନ କରିଥିଲେ। ବର୍ତ୍ତମାନ ଜିଲ୍ଲାପାଳଙ୍କ ନିକଟରେ ଦୁଇ କୋଟି ଟଙ୍କା ସ୍କୁଲ ଖୋଲିବା ପାଇଁ ଟଂକା ରହିଛି। ଆଜି ଏହି ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସ୍ବତନ୍ତ୍ର ବିକାଶ ପରିଷଦର ରାଜ୍ୟ ଉପଦେଷ୍ଟା ପ୍ରଦୀପ ମାଝି। ଏହି ବିଦ୍ୟାଳୟ ସ୍ବାଭିମାନ ଅଞ୍ଚଳର ଧୂଳିପୁଟ ଠାରେ ଖୋଲାଯିବ। ଧୂଳିପୁଟ ବହୁମୁଖୀ ବିଦ୍ୟାଳୟ ନାମରେ ଏହି ବିଦ୍ୟାଳୟ ନାମିତ କରାଯାଇଛି।ଏହି ବିଦ୍ୟାଳୟରେ ସ୍ବାଭିମାନ ଅଞ୍ଚଳର ଶହ ଶହ ପିଲା ଆଉ ପାଠ ଛାଡି ଘରେ ରହିବେ ନାହିଁ। ସବୁ ପିଲା ଏଠାରେ ରହି ଖାଇବା, ପିଇବା ସହ ସମସ୍ତ ସୁବିଧା ପାଇ ପାଠ ପଢିପାରିବେ। ସବୁ ସଂପ୍ରଦାୟର ପିଲାଙ୍କ ପାଇଁ ଏହା ଉଦ୍ଧିଷ୍ଟ ହେବ। ଏଥିପାଇଁ ରାଜ୍ୟ ସରକାର ଏବଂ କମ୍ପାନୀ ତରଫରୁ ସମସ୍ତ ଖର୍ଚ୍ଚ ପ୍ରଦାନ କରାଯିବ। କମ୍ପାନୀ ପ୍ରତି ବର୍ଷ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ବାବଦକୁ ପ୍ରଦାନ କରିବାକୁ ଥିବା ବେଳେ ପ୍ରଶାସନ ଏହାର ଦେଖରେଖ କରିବ। ଏହି ଅଞ୍ଚଳର ସବୁ ପିଲା ଯେପରି ଶିକ୍ଷାର ବଞ୍ଚିତ ନହେବେ ସେଥିପ୍ରତି ନଜର ଦେବାକୁ ପ୍ରଦୀପ ମାଝି ଏହାର ନିୟମିତ ତଦାରଖ କରିବେ। ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ, ବ୍ଲକ ଅଧ୍ୟକ୍ଷା ରାଜେଶ୍ବରୀ ଖିଲ, କମ୍ପାନୀର ଏଚଆର ଉପଦେଷ୍ଟା ଡି.ଏସ.ବର୍ମା, ରାମ ପ୍ରସାଦ ପଟନାୟକ, ପିଏ,ଆଇଟିଡିଏ ତ୍ରିନାଥ ମାଝି, ବ୍ଲକ ଶିକ୍ଷାଧିକାରୀ ଗାୟତ୍ରୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.