mobile header

ବାଲିଗୁଡାରେ ମେଗା ସ୍ୱାସ୍ଥ୍ୟ ଶିବିର

ଫୁଲବାଣୀ, ୧୫/୧୨: ଆସନ୍ତା ୧୮ ତାରିଖ ରବିବାର କନ୍ଧମାଳ ଜିଲ୍ଲା ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ପରିସରରେ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଦ୍ୱାରା ପ୍ରତିଷ୍ଠିତ କିମସ ଭୁବେନେଶ୍ୱର ପକ୍ଷରୁ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ l ଏହି ଶିବିରରେ କିମସର ବରିଷ୍ଠ ତଥା ସୁନାମଧନ୍ୟ ଡାକ୍ତର, ପ୍ରଫେସର ମାନେ ଯୋଗ ଦେଇ ସ୍ଵାସ୍ଥ୍ୟ ପରିକ୍ଷା କରିବେ l ମୁଖ୍ୟତଃ ଗେଷ୍ଟରଏଣ୍ଟେରୋଲୋଜି, ମେଡ଼ିସିନ, ଶିଶୁ ରୋଗ, ଚର୍ମ ରୋଗ, ଫୁସ ଫୁସ ଚିକିତ୍ସା, ହୃଦରୋଗ, ନେଫ୍ରୋଲୋଜି, ଶଲ୍ୟ, ସ୍ତ୍ରୀ ଓ ପ୍ରସୂତି, କାନ ନାକ ଓ ଗଳା, ଚକ୍ଷୁ, ମାନସିକ ରୋଗ, ବିପି ଓ ବ୍ଲଡ଼ ସୁଗାର, ଇ ସି ଜି, ଏକ୍ସରେ ଓ ଅଲଟ୍ରା ସାଉଣ୍ଡ ବିଭାଗର ଜରୁରୀ ଆବଶ୍ୟକତା ଅନୁଭବ କରୁଥିବା ରୋଗୀ ମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା ଲାଗି ସାଂସଦ ଡ଼ଃ ସାମନ୍ତ କହିଛନ୍ତି l ବାଲିଗୁଡା ପରି ଆଦିବାସୀ ଅଞ୍ଚଳରେ ଲୋକମାନେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇପାରୁନାହାନ୍ତି କିମ୍ବା ଅର୍ଥ ଅଭାବ ଯୋଗୁଁ ସୁଦୂର ରାଜଧାନୀ କିମ୍ବା କଟକ ଯାଇ ନିଜର ସ୍ୱାସ୍ଥ୍ୟ ପରିକ୍ଷା କରିବା ସମ୍ଭବ ହେଉନି l ସେମାନେ ଯେପରି ହାତ ପାଆନ୍ତାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ ସେଥିପାଇଁ ଏହି ମେଗା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଉଥିବା ସାଂସଦ ଡ଼ଃ ସାମନ୍ତ କହିଛନ୍ତି l ଏଥିରେ ବାଲିଗୁଡା ଉପଖଣ୍ଡର ୯ଟି ବ୍ଲକର ଲୋକେ ଉପକୃତ ହୋଇପାରିବେ l ସାଂସଦଙ୍କ ଏଭଳି କାର୍ଯ୍ୟକୁ ବାଲିଗୁଡା ଅଞ୍ଚଳରେ ଭୁୟସି ପ୍ରଶଂସା କରିଛନ୍ତି l

Leave A Reply

Your email address will not be published.