mobile header

କ୍ରିକେଟ ମହାସମର: ଲକ୍ଷ୍ମୀନାରାୟଣପୁର ଚାମ୍ପିୟନ

ବଡ଼ଚଣା : ବଡ଼ଚଣା ବ୍ଲକ ଅନ୍ତର୍ଗତ ମା’ ମଲିହାଶୁଣୀ କ୍ରିକେଟ ଆସୋସିଏସନ ଗରଗାଲି ଗ୍ରାଉଣ୍ଡ ଠାରେ ଏକ କ୍ରିକେଟ ମ୍ୟାଚ ମହାସମର ଅନୁଷ୍ଠିତ ହୋଇଯାଇଛି l ଏଥିରେ ୧୬ଟି ଦଳ ଭାଗ ନେଇଥିଲେ l ପ୍ରଥମେ ଲିଗ ମ୍ୟାଚ ହୋଇଥିଲା l ସେଥିରେ ୮ଟି ଦଳ ବିଜୟୀ ହୋଇ କ୍ଵାଟରକୁ ପ୍ରବେଶ କରିଥିଲେ l ସେହି ୮ଟି ଦଳ ମଧ୍ୟ୍ୟରେ କ୍ଵାଟର ମ୍ୟାଚ ଖେଳି ସେଥିରୁ ୪ଟି ଦଳ ସେମିକୁ ଯାଇଥିଲେ l ୪ଟି ଦଳ ସେମି ଖେଳି ଲକ୍ଷ୍ମୀନାରାୟଣପୁର ଓ ବାଜିପୁର ୟୁଥ କ୍ଲବ ସିଧା ସଳଖ ଫାଇନାଲକୁ ପ୍ରବେଶ କରିଥିଲେ l ଗତ ୧୬ ତାରିଖ (ଶୁକ୍ରବାର ) ଦିନ ଏଇ ୨ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏହି ମ୍ୟାଚରେ ଲକ୍ଷ୍ମୀ ନାରାୟଣପୁର ଟସ ଜିତି ବ୍ୟାଟିଂ ନିଷ୍ପତି ନେଇ ୧୫ ଓଭରରେ ୧୬୦ ରନ କରିଥିଲା l ଏହାର ଜବାବରେ ୧୬୧ ରନର ବିଜୟୀ ଲକ୍ଷ ନେଇ ବାଜିପୁର ୟୁଥ କ୍ଲବ ପଡିଆକୁ ଓହ୍ଲାଇ ଥିଲା l କିନ୍ତୁ ୧୫ ଓଭରରେ ୧୨୦ ରନରେ ସୀମିତି ରହି ୪୧ ରନ ପଛରେ ରହି ପରାଜୟ ବରଣ କରିଥିଲ l ଏହି ଫାଇନାଲ ମ୍ୟାଚରେ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ଶ୍ରୀମତୀ ନିରୁପମା ପରିଡା, କୁନ୍ଦଳ ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ରବୀନ୍ଦ୍ର ରାଉତ ଓ ଅକ୍ଷୟ ସାମଲ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ବିଜୟୀ ଓ ପରାଜୟ କରିଥିବା ଦୁଇ ଦଳର କ୍ୟାପଟେନଙ୍କୁ ଟ୍ରଫି ସହ ଚେକ ପ୍ରଦାନ କରିବା ସଙ୍ଗେ ସଙ୍ଗେ ମ୍ୟାନ ଅଫ ଦ ମ୍ୟାଚ ସଂଜିତ ଓ ମ୍ୟାନ ଅଫ ଦ ସିରିଜ ଆଦିତ୍ୟଙ୍କୁ ଟ୍ରଫି ପ୍ରଦାନ କରିଥିଲେ l ଏହି ଖେଳକୁ ପରିଚାଳନା ସନ୍ତୋଷ ନାୟକ ଓ ଦେବେନ୍ଦ୍ର ପଣ୍ଡା କରିଥିବା ବେଳେ ଭାଷ୍ୟକାର ଭାବେ ଭବାନୀ ଶଙ୍କର ନାୟକ ଦାୟିତ୍ୱ ତୁଲାଇଥିଲେ l ଶେଷରେ ଆସୋସିଏସନର ସମସ୍ତ କର୍ମକର୍ତ୍ତା ମାନେ ଏତେ ସୁନ୍ଦର ଭାବେ ମ୍ୟାଚ ଗୁଡିକୁ ଆୟୋଜନ କରିଥିବାରୁ ଅତିଥିମାନେ ଧନ୍ୟବାଦ ଦେବା ସହ ଶୁଭେଚ୍ଛା ମଧ୍ୟ୍ୟ କରିଥିଲେ l

Leave A Reply

Your email address will not be published.