ଜାତୀୟ ଖାଉଟି ସୁରକ୍ଷା ଦିବସ ପାଳିତ

ମାଲକାନଗିରି, ୨୪/୧୨: ରାଜ୍ୟ ସରାକରଙ୍କର ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଆନୁକୂଲ୍ୟରେ ମାପ ନିୟନ୍ତ୍ରଣ ବିଭାଗ ସ୍ବେଚ୍ଛାସେବୀ ଅନୁଷ୍ଠାନ ପରିବର୍ତ୍ତନ ମିଳିତ ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଭା ଗୃହରେ ଜାତୀୟ ଖାଉଟି ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଖାଉଟି ଅଦାଲତର ପୂର୍ବତନ ଅଧ୍ୟକ୍ଷ ତଥା ବିଚାରପତି ଅଶୋକ କୁମାର ପଟନାୟକ ଯୋଗ ଦେଇଥିବା ବେଳେ ମାଓ ଓ ନୟନ୍ତ୍ରଣ ବିଭାଗର ଉପନିର୍ଦେଶକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କିପରି ଦୈନନ୍ଦିନ ଜୀବନରେ କିପରି ଠକାମୀର ଶିକାର ହୁଅନ୍ତି ଏବଂ ଦ୍ରବ୍ୟରେ ଠକାମୀ ଓ ସେବାରେ ଅବହେଳା ହେଲେ କିପରି ଖାଉଟି ସୁରକ୍ଷା ଆଇନର ଉପଯୋଗ ମାଧ୍ୟମରେ ଉଚିତ ନ୍ୟାୟ ପାଇପାରିବେ ସେ ସଂପର୍କରେ ବୁଝାଇଥିଲେ। ବିଗତ ଦିନରେ କିପରି ଏଟିଏମରୁ ଟଙ୍କା ହଡପ ମାମଲା, ବ୍ୟାଙ୍କ, ପୋଷ୍ଟ ଅଫିସ, ବୀମା କମ୍ପାନୀ, ଇପିଏଫ ସଂସ୍ଥା, ଲ୍ୟାମ୍ପସ,ଥଣ୍ଡା ପାନୀୟ କମ୍ପାନୀ ଓ ଏସଆରଟିସି, ସୂଚନା ଅଧିକାରୀ, ଜିଲ୍ଲା ଉଦ୍ୟାନ ଅଧିକାରୀ, ଡିଆରଡିଏ ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ କାର୍ଯ୍ୟରେ ଅବହେଳା କରି କ୍ଷତିପୂରଣ ଦେବା ସହ ଉଚିତ ଦଣ୍ଡ ମଧ୍ୟ ପାଇଛନ୍ତି। କିପରି ଲୋକେ ଖାଇଟି ଅଦାଲତର ଆଶ୍ରୟ ନେଇ ସଫଳ ହୋଇଛନ୍ତି ସେ ସଂପର୍କରେ ବିଭିନ୍ନ ଖବର କାଗଜରେ ବାହାରିଥିବା ଖବରଗୁଡିକ ଅଶୋକ ପଟନାୟକ ପ୍ରଦର୍ଶିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ,ସ୍ବେଚ୍ଛାସେବୀ ଅନୁଷ୍ଠାନର ସମସ୍ତ କର୍ମଚାରୀ, ମହିଳା ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ବିଭିନ୍ନ କଲେଜରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ପରିବର୍ତ୍ତନ ସ୍ବେଚ୍ଛାସେବୀ ଅନୁଷ୍ଠାନର ଜିଓଟିନ ସୋରେନ ପରିଚାଳନା କରିଥିଲେ।

Leave A Reply

Your email address will not be published.