mobile header

ଗହନ ଗୁମରରେ ରହିଯାଇଛି ଏମାନଙ୍କ ମୃତ୍ୟୁ ଫାଇଲ୍ !

କଟକ କନିକା ରାଜପରିବାରରେ ରକ୍ତର ଛିଟା ସାରା ରାଜ୍ୟକୁ ସ୍ତବ୍ଧ କରିଥିଲା। ଏଥିସହ ପକ୍ସୋ କୋର୍ଟ ବିଚାରପତିଙ୍କ ରହସ୍ୟଜନକ ମୃତ୍ୟୁ ଏବଂ ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟାକୁ ନେଇ ଖେଳିଯାଇଥିଲା ଚାଞ୍ଚଲ୍ୟ।

ରାଜ ପରିବାରରେ ଘଟିଥିଲା ହତ୍ୟାକାଣ୍ଡ:

ଚଳିତ ବର୍ଷ ଆରମ୍ଭରେ ରାଜ ପରିବାରରେ ଘଟିଥିଲା ହତ୍ୟାକାଣ୍ଡ। କଟକ କନିକା ରାଜାଙ୍କ ନାତୁଣୀ ବୋହୂ ପରେଶ କୁମାରୀ ଭଞ୍ଜଦେଓଙ୍କୁ ତାଙ୍କ ପୁଅ କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।  ସମ୍ପତ୍ତିବାଡ଼ି ଏବଂ ପାରିବାରିକ ବିବାଦରୁ ପୁଅ ସୌମେନ୍ଦ୍ର ଭଞ୍ଜଦେଓ ମାଙ୍କୁ ମାରିଦେଇଥିଲା। ପୋଲିସ ଅଭିଯୁକ୍ତ ସୌମେନ୍ଦ୍ରଙ୍କୁ ଧରି ଖୋଳତାଡ଼ କରିଥିବା ବେଳେ କନିକା ରାଜ ପରିବାରରେ ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା।

ବିଚାରପତି ସୁବାସ ବିହାରୀଙ୍କ ରହସ୍ୟଜନକ ମୃତ୍ୟୁ:

କଟକ ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ରହସ୍ୟଜନକ ମୃତ୍ୟୁ, କିଛି ଦିନ ଗଣମାଧ୍ୟମର ଶିରୋନାମା ପାଲଟିଥିଲା ଏହା ପଛରେ ମୁଣ୍ଡ ଟେକିଥିଲା ପାରିବାରିକ ବିବାଦ। ବୋହୂ ସହ ଦୀର୍ଘଦିନ ଧରି ଲାଗି ରହିଥିବା ଦାମ୍ପତ୍ୟ କଳିକୁ ଉଜାଗର କରି ବିଚାରପତି ପୁଅଙ୍କ ମୃତ୍ୟୁରେ ଟୁଇଷ୍ଟ ଆଣିଥିଲେ ମାତୁଳସୀ ବିହାରୀ। ପୁଅ ଶରୀରର ବିଭିନ୍ନ ସ୍ଥାନରେ ଦାଗ ରହିଥିଲା। ତାଙ୍କୁ ପ୍ରଥମେ ହତ୍ୟା ଓ ପରେ ଆତ୍ମହତ୍ୟାର ରୂପ ଦେବାକୁ ଯାଇ ଟାଙ୍ଗି ଦେଇଥିବା ଦର୍ଶାଇ ଏତଲା ଦେଇଥିଲେ ତୁଳସୀ। ସମାନ ଅଭିଯୋଗ ଆଣି ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ ବିଚାରପତି ସୁବାସଙ୍କ ଭାଇ।

ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା:

Bank Manager Death

ବ୍ୟାଙ୍କ ମ୍ୟାନେଜର ଦିବ୍ୟରଞ୍ଜନ ମିଶ୍ରଙ୍କ ମୃତ୍ୟୁ ସାଉଣ୍ଟିଥିଲା ଚର୍ଚ୍ଚା। କେମିତି ହେଲା ମୃତ୍ୟୁ, କାହିଁକି ଜଣେ ବ୍ୟାଙ୍କ ମ୍ୟାନେଜର ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ, ସେନେଇ ୪ ମାସ ଧରି ସସ୍ପେନ୍ସ ଲାଗି ରହିଥିଲା। ବଲାଙ୍ଗିରର ଦିବ୍ୟରଞ୍ଜନ ସାଇବର୍ ଲୁଟେରାଙ୍କ କବଜାରେ ପଡିଯାଇଥିଲେ। ନ୍ୟୁଡ୍ କଲର ପ୍ରମାଣ ରଖି ସାଇବର୍ ଲୁଟେରା ତାଙ୍କୁ ଧମକ ପରେ ଧମକ ଦେଇ ଚାଲିଥିଲେ। ଫେକ୍ ସିବିଆଇ ଅଫିସର୍ ହୋଇ ପ୍ରାୟ ୨୬ ଲକ୍ଷ ଟଙ୍କା ଲୁଟିଥିଲ। ଏହାପରେ ଲୋକଲଜ୍ଜା ଭୟରେ ଟଙ୍କା ଦେଇ ଚାଲିଥିବା ଦିବ୍ୟରଞ୍ଜନ ଶେଷରେ ଆତ୍ମହତ୍ୟା ରାସ୍ତା ବାଛି ନେଇଥିଲେ। ଏହି ଘଟଣାରେ ରାଜସ୍ଥାନ ଅଲଓ଼୍ବରରୁ ୨ ଜଣ ଅଭିଯୁକ୍ତକୁ ଗିରଫ କରିଥିଲା ସୋନପୁର ପୋଲିସ୍। 

ଜିଲ୍ଲା ପରିଷଦର ବିଜେଡି ସଦସ୍ୟଙ୍କ ସନ୍ଦେହଜନକ ମୃତ୍ୟୁ:

ପୁରୀ ଜିଲ୍ଲା ଗୋପରେ ୧୧ ନମ୍ବର ଜିଲ୍ଲା ପରିଷଦର ବିଜେଡି ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଏହି ବିବାଦରେ ଛନ୍ଦି ହୋଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। କମିଶନରେଟ୍ ପୋଲିସ ହାତରେ ଲାଗିଥିଲା ରହସ୍ୟଜନକ ମୋବାଇଲ୍। ଯେଉଁ ମୋବାଇଲ୍‌ରେ ଥିଲା ସେହି ବିବାଦୀୟ ତଥ୍ୟ ଏବଂ ଭିଡ଼ିଓ, ଯାହାକୁ ଲୋକଲୋଚନକୁ ଆଣିବେ ବୋଲି ମୃତ୍ୟୁ ଆଗରୁ କହିଥିଲେ ଧର୍ମେନ୍ଦ୍ର ସାହୁ। ଏହି ୨ଟି ମୋବାଇଲ୍ ଭୁବନେଶ୍ୱର ଘର ନିକଟ ଏକ ପ୍ଲଟରୁ ମିଳିଥିଲା। ସନ୍ଧାନୀ କୁକୁର ସହାୟତାରେ ପୋଲିସ ମୋବାଇଲକୁ ଠାବ କରିଥିଲା। ଜବତ ହୋଇଥିବା ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲକୁ ଯାଞ୍ଚ୍ ପାଇଁ ଫୋରେନ୍ସିକ୍ ଲାବକୁ ପଠାଇବା ସହ ସିସିଟିଭି ଫୁଟେଜକୁ ସିଜ୍ କରିଥିଲା କମିଶନରେଟ୍ ପୋଲିସ୍। ତେବେ ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ତଥା ନିମାପଡ଼ା ବିଧାୟକ ସମୀର ଦାଶଙ୍କ ସଂପୃକ୍ତି ଆଣି ତାଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ  ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଥିଲେ।

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା:

Camera man Manas Swain Murder Case

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ମାମଲାର ଗୁରୁତ୍ୱକୁ ଉପଲବ୍ଧି କରି ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୁପାରିସ୍ କରିଥିଲେ। କ୍ରାଇମବ୍ରାଂଚର ୫ ଜଣିଆ ଟିମ୍ ଭଦ୍ରକ ଏବଂ ଚାନ୍ଦବାଲି ଯାଇ ଖୋଳତାଡ କରିଥିବା ବେଳେ ଭଦ୍ରକ ପୋଲିସ ଏବଂ କ୍ରାଇମବ୍ରାଂଚର ଆଉ ଦୁଇଟି ଟିମ୍ ରାଜ୍ୟ ବାହାରକୁ ଯାଇଥିଲେ। ଦେଢ ମାସର ଲୁଚକାଳି ଖେଳ ପରେ ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଲେଡି ଜର୍ଣ୍ଣାଲିଷ୍ଟ ଶର୍ମିଷ୍ଠା ରାଉତ ଶେଷରେ ଧରାପଡିଥିଲେ। ଶର୍ମିଷ୍ଠାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଭଦ୍ରକରେ ଉଭୟ ଶର୍ମିଷ୍ଠା ଓ ଝୁନାଙ୍କୁ ଧରିଥିଲା ପୋଲିସ୍ ଓ କ୍ରାଇମବ୍ରାଞ୍ଚ ଟିମ୍। ୫ ଦିନିଆ ରିମାଣ୍ଡର ଚତୁର୍ଥ ଦିନରେ ଶର୍ମିଷ୍ଠା ଅପହରଣ, ହତ୍ୟା ଆଉ ଶବ ପୋତିବା ଯାଏଁ ସମସ୍ତ ଘଟଣାରେ ଦୋଷ ସ୍ୱୀକାର କରି ଗୋଟି ଗୋଟି କରି ଡେମୋ ଦେଖାଇଥିଲା। ମାନସଙ୍କ ମୃତଦେହ ନୟାଗଡ଼ରେ ପୋତିବା ପରେ ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତ କିପରି ଯାଜପୁର ଚଣ୍ଡିଖୋଲକୁ ଯାଇଥିଲେ, ତାର ଠୋସ୍ ପ୍ରମାଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା। ଟାଙ୍ଗୀ ଟୋଲ୍ ଗେଟ୍ ଦେଇ ଶର୍ମିଷ୍ଠାଙ୍କ କାର୍ ଅତିକ୍ରମ କରିବା ସମୟର ଭିଡିଓ ଏବଂ ସିସିଟିଭି ଫୁଟେଜକୁ ଜବତ କରିଥିଲା ତଦନ୍ତକାରୀ ଟିମ୍।

ସଫ୍ଟେଓ୍ୱର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା:

ଭୁବନେଶ୍ୱରରେ ସଫ୍ଟେଓ୍ୱର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା କରିଥିଲେ। ବୟଫ୍ରେଣ୍ଡର ବ୍ଲାକମେଲିଂ ପାଇଁ ଝିଅ ଆତ୍ମହତ୍ୟା କରିଥିବା ସଙ୍ଗୀନ ଅଭିଯୋଗ କରିଥିଲେ ଶ୍ୱେତାଙ୍କ ପରିବାର। ଶ୍ୱେତାଙ୍କ ଅନ୍ତରଙ୍ଗ ଫଟୋ ଉଠାଇ ବୟଫ୍ରେଣ୍ଡ ସୌମ୍ୟଜିତ୍ ତାକୁ ଭାଇରାଲ୍ କରିବାର ଧମକ ଦେଉଥିଲା। ତାଙ୍କ ପରିବାର ଲୋକେ ମଧ୍ୟ ବାହାଘର ଲାଗି ୩୦ ଲକ୍ଷ ଟଙ୍କା ମାଗୁଥିଲେ ଯେଉଁଥିପାଇଁ ଶ୍ୱେତା ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି ଶ୍ୱେତାଙ୍କ ପରିବାର କହିବା ପରେ ସୌମ୍ୟଜିତକୁ ଗିରଫ କରିଥିଲା ପୋଲିସ।

୧୫ ମାସର ଝିଅକୁ ମାରି ନିଜେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ ଯୁବ ଦମ୍ପତି:

ଗତ ଏପ୍ରିଲ ମାସରେ ରାଜଧାନୀର ଛାତି ଉପରେ ଘଟିଥିଲା ଏକ ଚାଞ୍ଚଲ୍ୟକର ଘଟଣା। ବନ୍ଦ କୋଠରୀରେ ୧୫ ମାସର ଝିଅକୁ ମାରି ନିଜେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ ଯୁବ ଦମ୍ପତି। ମହାରାଷ୍ଟ୍ରରୁ ଆସି ଭୁବନେଶ୍ୱର ଚିନ୍ତାମଣିଶ୍ୱରରେ ରହୁଥିଲେ ଗୋଟିଏ ମରାଠୀ ପରିବାର। ତେବେ ପୈତୃକ ସମ୍ପତ୍ତି ବିବାଦରୁ ପ୍ରେମ ବିବାହ କରିଥିବା ଦଂପତ୍ତି ଏଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଇଥିଲା।

ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ଛତିଶଗଡ଼ର ରାୟଗଡ଼ ସେସନ୍ସ କୋର୍ଟ:

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ ଜେଲ୍ ବହୁଚର୍ଚ୍ଚିତ କଳ୍ପନା ଦାସ ଓ ଝିଅ ବବଲି ହତ୍ୟା ମାମଲାରେ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ଛତିଶଗଡ଼ର ରାୟଗଡ଼ ସେସନ୍ସ କୋର୍ଟ। ତେବେ ପ୍ରମାଣ ଅଭାବରୁ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ୨୦୧୬ରେ ମରଣାନ୍ତକ ଆକ୍ରମଣ ପରେ ଉଭୟଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ଅନୁପ। ଛତିଶଗଡ଼ ଚକ୍ରଧରପୁର ଅଞ୍ଚଳରୁ ମିଳିଥିବା ମୃତଦେହ ଘଟଣାର ତଦନ୍ତ କରି ୨୦୨୦ ଫେବ୍ରୁଆରି ୧୩ରେ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନଙ୍କୁ ଗିରଫ କରିଥିଲା ପୋଲିସ। ୬ ବର୍ଷ ତଳର ଡବଲ ମର୍ଡର ମାମଲାରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ ସଜା ହୋଇଥିଲା।

ଦିଲ୍ଲୀର ଶ୍ରଦ୍ଧା ଓ୍ୱାକର୍ ହତ୍ୟାକାଣ୍ଡ:

Shradha walker Murder Case

ଏବର୍ଷ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା ଦିଲ୍ଲୀର ଶ୍ରଦ୍ଧା ଓ୍ୱାକର୍ ହତ୍ୟାକାଣ୍ଡ। ଜହ୍ଲାଦ ପ୍ରେମିକ ଅଫତାବ ପୁନାଓ୍ୱାଲା ତାର ପ୍ରେମିକା ଶ୍ରଦ୍ଧାକୁ ହତ୍ୟା କରି ୩୫ ଖଣ୍ଡ କରିଥିଲା। ପୋଲିସ ହାତରେ ଲାଗିଥିଲା ଏକ ସିସିଟିଭି ଫୁଟେଜ। ଯେଉଁଥିରେ ଜହ୍ଲାଦ ପ୍ରେମିକ ତଥା ମୁଖ୍ୟ ଅଭିଯୁକ୍ତ ଅଫତାବ ଏକ ବ୍ୟାଗ୍ ନେଇ ଯାଉଥିବା ଦେଖାଯାଇଥିଲା। ହତ୍ୟା କରିସାରିବା ପରେ ସେ ପ୍ରେମିକା ଶ୍ରଦ୍ଧାଙ୍କ ଶରୀରର ଖଣ୍ଡ ଗୁଡ଼ିକୁ ଫୋଫାଡିବାକୁ ନେଇ ଯାଉଥିବା ପୋଲିସ ସନ୍ଦେହ କରିଥିଲା। ସେପଟେ ଅନ୍ୟ ଏକ ଘଟଣାକ୍ରମରେ ଅଭିଯୁକ୍ତ ଅଫତାବ୍ ପୁନାଓ୍ୱାଲାର ଫ୍ଲାଟରୁ ଏକ ମାରଣାସ୍ତ୍ର ପୋଲିସ ଜବତ କରିଥିଲା।

ଡ୍ରମ୍‌ରୁ ଜଣେ ମହିଳାଙ୍କ ଖଣ୍ଡ ଖଣ୍ଡ ଶରୀର:

ବିଶାଖାପାଟଣାରେ ଘଟିଥିଲା ଲୋମଟାଙ୍କୁରା ହତ୍ୟାକାଣ୍ଡ। ମଧୁରାଓ୍ବାଡ଼ାରେ ସହରରେ ସିଲ୍ ହୋଇଥିବା ଡ୍ରମ୍‌ରୁ ଜଣେ ମହିଳାଙ୍କ ଖଣ୍ଡ ଖଣ୍ଡ ଶରୀରକୁ ପୋଲିସ ଜବତ କରିଥିଲା। ୨୦୨୧ ମେ ମାସରେ ଏହି ଘଟଣା ଘଟିଥିବାବେଳେ ଅନେକ ମାସ ପରେ ସାମ୍ନାକୁ ଆସିଥିଲା। ହତ୍ୟାକାରୀ ଥିଲା ମଧୁରାଓ୍ବାଡ଼ାର ଏ.ରମେଶ। ପରକୀୟା ପ୍ରୀତିକୁ ନେଇ ଘଟିଥିଲା ହତ୍ୟାକାଣ୍ଡ।

ମାଫିଆଙ୍କ ଶିକାର ହୋଇଥିଲେ ଡିଏସ୍‌ପି:

ହରିୟାଣାରେ ମାଫିଆଙ୍କ ଗୁଣ୍ଡାରାଜ। ଜଣେ DSPଙ୍କୁ ଡମ୍ପର ଚଢ଼ାଇ ହତ୍ୟା କରିଥିଲେ ମାଫିଆ। ବେଆଇନ୍ ପଥର ଚାଲାଣ ରୋକିବାକୁ ଯାଇ ମାଫିଆଙ୍କ ଶିକାର ହୋଇଥିଲେ ଡିଏସ୍‌ପି ସୁରେନ୍ଦ୍ର ସିଂ ବିଷ୍ଣୋୟୀ। ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଧରିଥିଲା। ମୃତ ଡିଏସପିଙ୍କ ପରିବାରକୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ସହ ପରିବାରର ଜଣଙ୍କୁ ଚାକିରି ଦେଇଥିଲେ ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟର।

ଟିକଟକ୍ ଷ୍ଟାର ସୋନାଲି ଫୋଗଟ ମର୍ଡର ମିଷ୍ଟ୍ରି:

ହରିୟାଣାର ଟିକଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗଟ ମର୍ଡର ମିଷ୍ଟ୍ରି ସାଉଣ୍ଟିଥିଲା ଚର୍ଚ୍ଚା। ତାଙ୍କୁ ହତ୍ୟା କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ପ୍ରାଥମିକ ପ୍ରମାଣ ମିଳିଥିଲା। ଗୋଆ ପୋଲିସ ହତ୍ୟା ମାମଲା ରୁଜୁ କରି ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା। ସୋନାଲିଙ୍କ ଶରୀରରେ ଅନେକ କ୍ଷତ ଥିବା ପୂର୍ବରୁ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିଲା।

Leave A Reply

Your email address will not be published.