ଏମଭି-୧୭ରେ ଜବରଦଖଲ ଉଚ୍ଛେଦ

ମାଲକାନଗିରି,୩୧/୧: ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୧୭ ଗ୍ରାମରେ ଜଣେ ବ୍ୟକ୍ତି ସରକାରୀ ଜମିକୁ ଜବରଦଖଲ କରି ସେଠାରେ ଷ୍ଟଲ ନିର୍ମାଣ କରିଥିବା ପ୍ରଶାସନ ଜାଣିବା ପରେ ଆଜି ଉଛେଦ କରିଛି। ପ୍ରକାଶ ଥାଉକି ଏମଭି-୧୭ ଗ୍ରାମର ମୁଖ୍ୟ ଛକରେ ସୁବାଷ ମଣ୍ଡଳ ନାମକ ଜଣେ ବ୍ୟକ୍ତି ସରକାରୀ ଜମିକୁ ହଡପ କରି ସେଠାରେ ଷ୍ଟଲ ନିର୍ମାଣ କରିଥିଲେ। ଏହି ଜମିକୁ ନେଇ ସୁବାଷ ସହ ଗ୍ରାମବାସୀଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା। ସୁବାଷ ଗତ ୩୦ ବର୍ଷ ହେଲା ଦିଲ୍ଲୀରେ ରହୁଛନ୍ତି। ତେବେ ଗ୍ରାମବାସୀ ଏନେଇ ମାଲକାନଗିରି ତହସିଲରେ ଅଭିଯୋଗ କରିବା ପରେ ଅତିରିକ୍ତ ତହସିଲଦାର ଜଗଦିଶ କାର୍ତ୍ତାମୀ, ରାଜସ୍ବ ନିରୀକ୍ଷକ ବିଜୟ ମଜୁମଦାର ସମେତ ପୁଲିସର ଏକ ଟିମ ଏମଭି-୧୭ ଗ୍ରାମରେ ପହଞ୍ଚି ଅବୈଧ ନିର୍ମାଣ କରାଯାଇଥିବା ଷ୍ଟଲଗୁଡିକକୁ ଜେସିବି ସାହାଯ୍ୟରେ ଭାଙ୍ଗିଥିଲେ। ଯାହାଫଳରେ ଗ୍ରାମବାସୀ ଗତ ୨୫ ବର୍ଷ ଧରି ଏହି ଜମି ପାଇଁ ସୁବାଷ ସହ ଲାଗି ରହିଥିବା ଗଣ୍ଡଗୋଳର ଅନ୍ତ ହୋଇଥିଲା। ଗ୍ରାମବାସୀ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.