ଗରଗାଲି ଗ୍ରାମରେ ୧୬ତମ ଅଷ୍ଟପ୍ରହରୀ ନାମଯଜ୍ଞ ପାଳିତ

ବଡ଼ଚଣା: ଏହି କଳି ଯୁଗରେ ଆମ ସମସ୍ତଙ୍କୁ ପ୍ରଭୁଙ୍କ ନାମ ଜପିବାକୁ ପଡିବ l କାହିଁକିନା ହରିନାମ ବିନା କିଛିବି ହୋଇପାରେନା l ତେଣୁ କୁହାଯାଏ ହରିନାମେ କି ରସ ଅଛି, ପାନ କଲା ଲୋକେ ସେ ଜାଣିଛି l ତାଙ୍କ ନାମରେ ଏତେଯେ ଅମୃତ ଅଛି ଯିଏ ଜାଣିଛି ସେ ଯେଉଁଠି ଥାଏ ନା କାହିଁକି ସବୁବେଳେ ତାଙ୍କ ନାମ କରିଚାଲନ୍ତି l ଆପଣ ଜାଣିଥିବେ ଶ୍ରୀ ଚୈତ୍ୟନ ମହାପ୍ରଭୁ ନଦିଆ ଦୀପରୁ ହରିନାମ କରି କରି ପୁରୀରେ ପହଞ୍ଚି ଯାଇଥିଲେ ପ୍ରଭୁ ଜଗନ୍ନାଥଙ୍କ ପାଖରେ l ପ୍ରଭୁଙ୍କ ବିନା କିଛିବି ହୋଇପାରେନା l ତେଣୁ ତାଙ୍କ ନାମରେ ସମେସ୍ତେ ବିଭୋର l ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ କୁନ୍ଦଳ ପଞ୍ଚାୟତର ଗରଗାଲି ଗ୍ରାମରେ ୧୬ତମ ଅଷ୍ଟପ୍ରହରୀ ନାମଯଜ୍ଞ ପାଳିତ ହୋଇଯାଇଛି l ଗାଁର ମେଳାବଟ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି ଅଷ୍ଟପ୍ରହରୀ ନାମଯଜ୍ଞ ୩,୪ ଓ ୫ ତିନିଦିନ ବ୍ୟାପି ହୋଇଥିଲା l ପ୍ରଥମ ଦିନ କଳସ ବୁଡ଼ା ସହ ମହାପୁରୁଷ ଅଚ୍ୟୁତା ନନ୍ଦ ପଦ୍ମବନ ପୀଠରୁ ମହନ୍ତ ଗଗନା ନନ୍ଦ ଗୋସ୍ୱାଇଁଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ହୋଇଥିଲା l ପରେ ପରେ ଅଧିବାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଦ୍ୱିତୀୟ ଦିନରେ ପ୍ରଭୁଙ୍କ ନାମ କୀର୍ତ୍ତନ ଓ ଶେଷ ଦିନରେ ନଗର ପରିକ୍ରମା କରାଯାଇଥିଲା l ନାମ କୀର୍ତ୍ତନ ପାଇଁ ଆଖପାଖ ଗ୍ରାମରୁ ପ୍ରାୟ କୋଡିଏ ଦଳ କୀର୍ତ୍ତନ ମଣ୍ଡଳୀ ଆସି ପ୍ରଭୁଙ୍କର ନାମ କୀର୍ତ୍ତନ କରିଥିଲେ l ଉକ୍ତ ଗ୍ରାମ ସମସ୍ତ ବ୍ୟକ୍ତିଙ୍କ ସହଯୋଗରେ ଏହି ମହାନ କାର୍ଯ୍ୟଟି ହୋଇଥାଏ l ଏମିତିକି ଗାଁରେ ଗୋଟେ ମହୋତ୍ସବ ପରି ଲାଗିଥାଏ l ଛୁଆ ଠାରୁ ବୟସ୍କ ପର୍ଯ୍ୟନ୍ତ ସମେସ୍ତେ ହରିନାମରେ ମଜିଯାଇ ହରିଙ୍କ ପାଦ ପଦ୍ମ ତଳେ ନିଜକୁ ସମର୍ପିତ କରିଦିଅନ୍ତି l ଏହି ତିନି କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତ ଆସି ପ୍ରଭୁଙ୍କ ପାଖରେ ବସି ନାମ କୀର୍ତ୍ତନ ଦେଖିବା ସହିତ ପ୍ରସାଦ ସେବନ କରି ଘରକୁ ଫେରିଥିଲେ l

Leave A Reply

Your email address will not be published.