ଲୁଲୁ ମହାପାତ୍ରଙ୍କ ୫୯ତମ ଜୟନ୍ତୀ: ମେଗା ରକ୍ତଦାନ ଶିବିର ସହ ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ବର: ଦିବଙ୍ଗତ ଯୁବ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୯ ତମ ଜନ୍ମ ଜୟନ୍ତୀ ବେଶ୍ ଶ୍ରଦ୍ଧା ଏବଂ ଭଲ ପାଇବାର ସହ ପାଳିତ ହୋଇଛି । ସମାଜସେବୀ ତଥା ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧରଙ୍କ ଘନିଷ୍ଠ ବନ୍ଧୁ ଅମୀୟ ଦାସଙ୍କ ନେତୃତ୍ବରେ ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଏହି ଅବସରରେ ଭୁବନେଶ୍ବରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସ ପରିସରରେ ବିଶେଷ କାର୍ଯ୍ୟକ୍ରମ ସହ ଏକ ମେଗା ରକ୍ତଦାନ ଶିବିର ଆୟୋଜୀତ ହୋଇଥିଲା ।

ଯୁବପିଢୀ ତଥା ଯୁବ ନେତୃତ୍ବର ଅନ୍ୟତମ ଆଦର୍ଶ ଲୁଲୁ ଭାଇଙ୍କ ସ୍ମୃତିଚାରଣ ସହ ଏହି ମେଗା ରକ୍ତ ଦାନ ଶିବିରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଲୁଲୁ ପ୍ରେମୀ ଛାତ୍ର ଓ ଯୁବକ ମାନେ ପ୍ରାୟ ୪୦୦ ଯୁନିଟ୍ ରକ୍ତ ଦାନ କରିଛନ୍ତି । ଏହି ଅବସରରେ ସ୍ବେଚ୍ଛାକୃତ ଭାବେ ସାମିଲ ଯୁବ ଓ ଛାତ୍ର ମାନଙ୍କୁ ଲୁଲୁଙ୍କ ବ୍ୟକ୍ତିତ୍ବ ଏବଂ ବେସାଲିସ ସାହସୀ ଯୁବ ନେତୃତ୍ବର ପରିଚିତି ସଂପର୍କରେ କହିଥିଲେ ତାଙ୍କୁ ନିକଟରୁ ଜାଣିଥିବା ଅମୀୟ ଦାସ ଏବଂ ଅନ୍ୟ ଅତିଥି ମାନେ । ଯୁବ ସମାଜ ଗୁଲାମ ନହୋଇ ସାହସର ସହ ସବୁ ପରିସ୍ଥିତିର ସାମ୍ନା କରନ୍ତ ଓ ନିଜର କ୍ୟାରିୟର ଗଢିବାସହ ସମାଜ ପ୍ରତି ସେମାନଙ୍କ କର୍ତ୍ତବ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ଦାସ ।

ସୂଚନାଯୋଗ୍ୟ ଯେ, ଲୁଲୁଙ୍କ ମହାପ୍ରୟାଣ ପରଠୁ ତାଙ୍କ ଜନ୍ମ ତିଥି ଏବଂ ପୂଣ୍ୟ ତିଥିକୁ ପାଳନ କରି ଆସୁଥିବା ଅମୀୟ ଦାସ, ପତ୍ନୀ ପ୍ରଣତି ଦାସ ଏବଂ ଲୁଲୁ ପ୍ରେମୀ ଯୁବ ଛାତ୍ର ମାନେ ଏହି ଧାରାକୁ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି । ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହେରା. ଯୁବ ନେତା ନିରଞ୍ଜନ ନାୟକ, ଶୁଭେନ୍ଦୁ ମହାନ୍ତି ପ୍ରମୂଖଙ୍କ ସମେତ ବହୁ ଯୁବ ଛାତ୍ର ନେତା ସାମିଲ ହୋଇଥିଲେ ।

Leave A Reply

Your email address will not be published.